ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ, ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍‌ ପରୀକ୍ଷା ଫଳ । ସୌରଭ ସୌମ୍ୟକାନ୍ତ ଓଡ଼ିଶା ଟପ୍ପର । ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାରୁ ୮ ଜଣ, ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ ଜଣ, ଆନ୍ଧ୍ରପ୍ରଦେଶ ୩ ଜଣ, ହରିଆନାର ୨ ଜଣ, ଗୁଜରାଟ ମହାରାଷ୍ଟ୍ରର ଜଣେ ଲେଖାଏ ପ୍ରାର୍ଥୀ ଅଛନ୍ତି । ଓଡ଼ିଶାର ସୌରଭ ସୌମ୍ୟକାନ୍ତ ନନ୍ଦ ଓଡ଼ିଶା ଟପ୍ପର ହୋଇଛନ୍ତି । ସେ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି ।

ସେହିଭଳି ମହିଳା ବର୍ଗରେ ୨୭ ନମ୍ବର ସ୍ଥାନରେ ଅଛନ୍ତି ସ୍ଥିତିପ୍ରଜ୍ଞା ସାହୁ । ସେ ୯୯.୯୮ ପ୍ରତିଶତ ରଖି ମହିଳା ବର୍ଗର ଓଡ଼ିଶା ଟପ୍ପର ହୋଇଛନ୍ତି । ଓଡ଼ିଶାରୁ ୨୭ ହଜାର ଛାତ୍ରଛାତ୍ରୀ ର‍୍ୟାଙ୍କ ହାସଲ କରିଥିବା ଏନଟିଏ ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ୫ ଦିନ ମଧ୍ୟରେ ବାହାରିଛି ଫଳ । ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପରୀକ୍ଷାେ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.