Below header

‘ଖାଲି ପାଦରେ ନା’ ଯୋଜନାରେ ଉପକୃତ ଛାତ୍ରଛାତ୍ରୀ, ପାଇଲେ ପୋଷାକ ସହ ବୁଟ୍‌ ଓ ସକ୍ସ

ଭୁବନେଶ୍ବର : ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ସରକାର । ସେଥିମଧ୍ୟରୁ ଖାଲି ପାଦରେ ନା’ ଅନ୍ୟତମ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବୁଟ୍‌ ଓ ସକ୍ସ ଯୋଗାଇ ଦିଆଯାଉଛି । ଯାହାକୁ ନେଇ ପିଲାଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ଗଞ୍ଜାମ ଦିଗପହଣ୍ଡି ବ୍ଳକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୂଆ ପୋଷାକ ସହିତ ବୁଟ୍‌ ଓ ସକ୍ସ ଯୋଗାଇ ଦିଆଯାଇଛି । ଦିଗପହଣ୍ଡି ବ୍ଳକର ୨୦୪ଟି ସ୍କୁଲର ୧୫ହଜାର ୨୧୮ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି । ଏନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବେଶ୍‌ ଖୁସି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସର୍ବଶିକ୍ଷା ଯୋଜନା ମାଧ୍ୟମରେ ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କରାଯାଇଥିବା ଏହି ଯୋଜନାର ପ୍ରଶଂସା କରିଛନ୍ତି ସମସ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.