Below header

ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ । ଗତକାଲି ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ସ୍ଥାନୀୟ ଲୋକ ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲା । ପରିବର୍ତ୍ତନ ଯାତ୍ରାରେ ସେ ପଥପ୍ରାନ୍ତ ସଭା କରିବା ବେଳେ ଜଣେ ଯୁବକ ପେପର୍‌ ଆଣି ଖାରବେଳଙ୍କ ମୁହଁକୁ ମାରିଥିଲେ । ଏହି ଘଟଣାରେ ଅଭିଯୁକ୍ତ ସୁମନ୍ତ ନାୟକକୁ ପୋଲିସ ଗିରଫ କରିଛି । ବାରମ୍ବାର ଖାରବେଳ ସ୍ୱାଇଁଙ୍କ ଉପରକୁ ଆକ୍ରମଣ ହେଉଛି । ପୂର୍ବରୁ କେନ୍ଦ୍ରାପଡ଼ା ଆଳିରେ ଏକ ସଭାରେ ଯୋଗ ଦେବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.