ବିବାହ ପାଇଁ ଲକ୍ଷେଟଙ୍କା ଯୋଗାଡ଼ କରିବାକୁ କଲେ ଅପହରଣ

ସମ୍ବଲପୁର (କେନ୍ୟୁଜ୍) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୁଣ୍ଡୁରୁଚୁଆଁ ଗାଁରୁ ଜଣେ ନାବାଳକଙ୍କୁ ଅପହରଣ ଅଭିଯୋଗ । ଗତ ରବିବାର ସନ୍ଧ୍ୟାରେ ନାବାଳକ ଜଣକ ଖେଳି ଘରକୁ ଫେରୁଥିବାବେଳେ ଜଣେ ବାଇକରେ ଆସି ତାଙ୍କୁ ଅପହରଣ କରି ନେଇଥିଲା । ଅପହରଣ ପରେ ନାବାଳକଙ୍କୁ ଦୁଇଦିନ ଜଙ୍ଗଲରେ ରଖି ଏକଲକ୍ଷ ଟାଙ୍କା ଦାବି କରୁଥିଲା । ନାବଳକ ଜଣକ କୌଶଳକ୍ରମେ ଅପହରଣକାରୀଙ୍କ କବଳରୁ ମୁକୁଳି ଆସି ଘଟଣା ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ ।

ପୂର୍ବରୁ ପରିବାର ଲୋକେ ଅପହରଣ ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୋଲିସ୍ ଅଭିଯୁକ୍ତର ମୋବାଇଲ୍ ଟ୍ରାକ୍ କରି ତାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଗୁଣିଡୁରୁଚୁଆଁ ପଞ୍ଚାୟତ କାଲୋପଡ଼ା ଗାଁର ନିରଞ୍ଜନ ସୁନାନୀ । ଗିରଫଦାରୀ ପରେ ଅଭିଯୁକ୍ତ ସ୍ୱୀକାର କରିଛି ତାର ବିବାହ କରିବା ପାଇଁ ଅର୍ଥାଭାବରୁ ସେ ଅପହରଣ କରିଥିଲା । ବାହାଘର ପାଇଁ ଅପହୃତଙ୍କ ପରିବାରକୁ ଏକଲକ୍ଷ ଟଙ୍କା ଦାବି କରୁଥିଲା ।

Leave A Reply

Your email address will not be published.