Below header

ଜମି କିଣାବିକାକୁ ନେଇ ଯୁବକଙ୍କୁ ଅପହରଣ ଅଭିଯୋଗ

କେନ୍ଦ୍ରାପଡା : ଜମି କିଣାବିକାକୁ ନେଇ ଜମି ମାଲିକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । ଅପହୃତ ଯୁବକ ହେଲେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା କେସନଗର ଗାଁର ଗୋଲେଖ ଜେନା । ଗତକାଲି ବିଳମ୍ବିତ ରାତିରେ ଗୋଲେଖ ବଜାରରୁ ଘରକୁ ଫେରୁଥିବା ବେଳେ ଡାହାଣୀଗିରି ଗାଁର ପ୍ରମୋଦ ନାୟକ ତାଙ୍କୁ ଅପହରଣ କରିଥିବା ଗୋଲେଖଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । କିଛିଦିନ ପୂର୍ବେ ଗୋଲେଖ ବଗପାଟିଆରେ ଥିବା ଏକ ଜମିକୁ ବନ୍ଧକ ଦେଇ ପ୍ରମୋଦଙ୍କ ଠାରୁ ଟଙ୍କା ଆଣିଥିଲେ । ହେଲେ ସେହି ଜମିକୁ ପ୍ରମୋଦ କିଣିବାକୁ ଚାହୁଁଥିଲେ । ମାତ୍ର ପ୍ରମୋଦ ଠିକ୍‌ ସମୟରେ ଜମିର ସମସ୍ତ ଟଙ୍କା ଫେରସ୍ତ ନକରିବାରୁ ଗୋଲେଖ ସେହି ଜମିକୁ ଅନ୍ୟତ୍ର ବିକିବାକୁ ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ପ୍ରମୋଦ ତାଙ୍କୁ ଅପହରଣ କରିଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ପୋଲିସ୍‌ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.