ସୁବର୍ଣ୍ଣପୁର ଡାକ୍ତରଖାନାରୁ ଚୋରି ଶିଶୁ ମିଳିଲା ଜଙ୍ଗଲରୁ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁ କନ୍ୟାଟିକୁ କେହି ଅର୍ଜ୍ଜୁନପୁର ଜଙ୍ଗଲର ପ୍ରତାପପୁର ନିକଟରେ ଛାଡି ଦେଇ ଯାଇଥିଲା ।

ସୁବର୍ଣ୍ଣପୁର ପୋଲିସ ଏହାକୁ ଜଙ୍ଗଲ ନିକଟସ୍ଥ ପ୍ରତାପପୁର ନିକଟରୁ ଉଦ୍ଧାର କରିଛି । ଶିଶୁକନ୍ୟାକୁ ଉଦ୍ଧାର ପରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁ କନ୍ୟାଟି ସୁସ୍ଥ ଥିବାବେଳେ ଶିଶୁର ମା’ ମଧ୍ୟ ଏହା ତାଙ୍କର ଝିଅ ବୋଲି ସ୍ୱୀକାର କରିଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ ଯେ, ଗତକାଲି ମା’ ସନ୍ତୋଷିନୀ ଶୌଚ ହେବା ପାଇଁ ଯିବା ସମୟରେ ତାଙ୍କ ଶାଶୁ ଶିଶୁ କନ୍ଯାଟିକୁ ଧରିଥିଲେ । ଜଣେ ମହିଳା ତାଙ୍କ ପାଖକୁ ଆସି କନ୍ଯା ସନ୍ତାନଟିକୁ ଧରିବା ପାଇଁ କହି ସନ୍ତୋଷିନୀଙ୍କ ଶାଶୁଙ୍କ କୋଳରୁ ନେଇ ଯାଇଥିଲେ । ତେବେ ଅଳ୍ପ ସମୟ ଭିତରେ କନ୍ଯା ସନ୍ତାନଟିକୁ ଧରି ମହିଳା ଜଣକ କୁଆଡେ ଫେରାର ମାରିଥିଲେ ବୋଲି ମୁଖ୍ଯ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ ହୋଇଥିଲା ।

ଶିଶୁ ଚୋରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ଘଟଣା ହୋଇଥିବା ବେଳେ ଶିଶୁ କନ୍ଯାର ଖୋଜ ଖବର ପାଇଁ ଚିକିତ୍ସାଳୟ କର୍ତ୍ତୃପକ୍ଷ ସଦର ଟାଉନ ଥାନାରେ ରିପୋର୍ଟ କରିଥିଲେ । ତେବେ ଗୋଟିଏ ଦିନ ପରେ ଆଜି କେହି ଶିଶୁଟିକୁ ଜଙ୍ଗଲ ରାସ୍ତା କଡ଼ରେ ଛାଡ଼ି ଦେଇ ଯାଇଥିବାର ପୋଲିସ ଦେଖି ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.