Below header

ଜଳ ନୁହେଁ ଜହର: ବୋଲଗଡ ବ୍ଲକ ବୋରିକନୂଆ ଗାଁରେ ଘରେ ଘରେ ଅଛନ୍ତି କିଡନି ଆକ୍ରାନ୍ତ ରୋଗୀ

ବେଗୁନିଆ(କେନ୍ଯୁଜ୍): କୁହାଯାଏ ଜଳ ହିଁ ଜୀବନ । ଜଳ ବିନା ଜୀବନ ଅସମ୍ଭବ। ହେଲେ ଯଦି ଏହି ଜଳ ଜୀବନକୁ ବିଦପରେ ପକାଇବ ତାହେଲେ। ଦର୍ଶକବନ୍ଧୁ ଏମିତି ଏକ ଗାଁ ଯେଉଁଠି ଜଳ ପାଲଟିଛି ଜହର । ଆଜ୍ଞା ହଁ ପାଣି ପିଇ କିଡନି ରୋଗରେ ଆକ୍ରାନ୍ତ ହେଉଛନ୍ତି ଗାଁ ଲୋକେ। ଏ ହେଉଛି ବୋଲଗଡ ବ୍ଲକ ବୋରିକନୂଆଗାଁର କଥା । ଏହି ରୋଗରେ ଆକ୍ରାନ୍ତ ହୋଇ ଅନେକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଚିକିତ୍ସିତ ହେଉଛନ୍ତି ।

kidney patients

ଆପଣ ଜାଣିଲେ ଆଶ୍ଚର୍ଯ୍ଯ ହେବେ ଏହି ଗାଁରେ ଘରେ ଘରେ ଅଛନ୍ତି କିଡନି ଆକ୍ରାନ୍ତ ରୋଗୀ । ଅନେକ ଜୀବନ ସହିତ ସଗ୍ରାମ କରୁଥିବାବେଳେ ଅନେକଙ୍କର ମୃତ୍ୟୁ ହୋଇସାରିଲାଣି । ଗାଁରେ ରହିଛି ଉତ୍କଟ ଜଳକଷ୍ଟ । ଗାଁରେ ମୋଟ ଚାରିଟି ନଳକୂପ ଥିବାବେଳେ ସେଥିମଧ୍ୟରୁ ଦୁଇଟି ଅଚଳ । ଆଉ ଯେଉଁ ଦୁଇଟି ଚାଲୁଛି ସେ ପାଣି ବ୍ଯବହାର ଉପଯୋଗୀ ନୁହଁ। କିନ୍ତୁ କଣ କରିବେ ବାଧ୍ୟ ହୋଇ ସେହି ପାଣି ପିଉଛନ୍ତି । ଆଉ ଏହି ପାଣି ପିଇ କିଡନି ଜନିତ ରୋଗର ଶିକାର ହେଉଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହି ଗାଁରେ ପ୍ରାୟ ଅଶି ପରିବାରର ତିନି ଶହରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ପାଣି ସମସ୍ଯା ଏକ ପ୍ରମୂଖ ସମସ୍ଯା ପାଲଟିଛି । ଦୀର୍ଘ ଦଶ ବର୍ଷ ହେବ ଏହି ପାଣି ଯୋଗୁଁ କିଡନି ରୋଗରେ ପ୍ରାୟ ପନ୍ଦର ଲୋକ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେଣି । ଗାଁର ଲୋକମାନଙ୍କ ଏହି ସମସ୍ଯା ହେତୁ ଗତ ପାଞ୍ଚ ବର୍ଷ ପୂର୍ବେ ଦୁଇଟି ଫିଲଟର ନଳକୂପରେ ସଂଯୋଗ କରାଯାଇଥିବା ବେଳେ ଏବେ ଦୁଇ ବର୍ଷ ହେବ ତାହା ଅଚଳ ହୋଇ ପଡିଛି ।

bolgarh

ସେପଟେ ସ୍‌ୱଜଳ ଧାରାରେ ଗାଁକୁ ଜଳଯୋଗାଣ ନେଇ ପାଇପ୍‌ ଲାଇନ ସହ ଟ୍ଯାପ୍‌ ବସିବାକୁ ଏକବର୍ଷ ବିତିଯାଉଥିବା ବେଳେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ଯକାରୀ ହୋଇପାରୁ ନାହିଁ । ଏଥିସହିତ ଅନେକ ମୌଳିକ ସୂବିଧାରୁ ବଞ୍ଚିତ ଗ୍ରାମବାସୀ। ତେବେ ଅଭିଯୋଗ ନେଇ ବୋଲଗଡ ବ୍ଲକ ବିଡିଓ କିଛି ଜାଣି ନ ଥିବା କହିଛନ୍ତି । ସରକାର ତୁରନ୍ତ ଏହି ଗାଁ ପ୍ରତି ଦୃଷ୍ଟି ଦେଇ ଜଳ ସମସ୍ଯା ଦୂର ସହିତ ଲୋକମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ଯ ସେବା ଯୋଗାଇ ଦେବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.