Below header

ଆକ୍ସନ ଅବତାରରେ ନଜର ଆସିବେ ଦୀପିକା ପାଦୁକୋନ

ମୁମ୍ବାଇ : ବଲିଉଡ୍ ନାୟିକା ଦୀପିକା ପାଦୁକୋନ ହଲିଉଡରେ ବି ନିଜ ଅଭିନୟର ଯାଦୁ ଦେଖାଇ ସାରିଲେଣି । ତେବେ କୁହାଯାଉଛି କି ଦୀପିକା ପ୍ରଥମଥର ଲାଗି ବଲିଉଡ୍‌ରେ କିଛି ଆକ୍ସନ ସିନରେ ନଜର ଆସିବେ । ଯାହାର କିଛି ଝଲକ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ ରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ସୂତ୍ରରୁ ମିଳିଥବା ଖବର ଅନୁଯାୟୀ ଦୀପିକା ପ୍ରଥମଥର ଲାଗି ବଲିଉଡ ମୁଭିରେ ଆକ୍ସନ ସିନ୍ କରିବାକୁ ଯାଉଛନ୍ତି । ପ୍ରଥମେ ସେ ଜଣେ ଖେଳାଳି ହୋଇଥିବା ବେଳେ ଏବେ ସେ ଅଭିନେତ୍ରୀ । ଯାହା ବି ହେଉ ସେ ତାଙ୍କ ଫିଟନେସକୁ ଠିକ୍ ରଖିଥିବାରୁ ଏବେ ଶାହାରୁଖ ଖାଁ ଷ୍ଟାରର ଫିଲ୍ମ ‘ପଠାନ’ରେ ତାଙ୍କର କିଛି ଆକ୍ସନ ସିନ୍ ଦେଖିବାକୁ ମିଳିବ ।

ସୂଚନାଯୋଗ୍ୟ, ଦୀପିକା ତାଙ୍କ ହଲିଉଡ୍ ମୁଭି ‘ଏକ୍ସଏକ୍ସଏକ୍ସ: ରିଟର୍ଣ୍ଣ ଅଫ୍ ଜେଣ୍ଡର କେଜ’ରେ ଯେଉଁ ପାୱାର ପ୍ୟାକ୍‌ଡ ଏଣ୍ଟ୍ରି କରିଥିଲେ ତାହା ଦର୍ଶକଙ୍କୁ ଚମକାଇ ଦେଇଥିଲା । ଏବେ ଏମିତି କିଛି ଆକ୍ସନ ବଲିଉଡ୍‌ରେ ଦେଖାଇବାକୁ ଅଭିନେତ୍ରୀ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.