ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତରେ ଆଜି ହେଉଛି ଶେଷ ଦିନ, ଅବଧି ବଢ଼ାଇବାର ରହିଛି ଯୋଜନା

ପର୍ଣ୍ଣୋଗ୍ରାଫୀ ମାମଲା ତଥା ଅଶ୍ଳୀଳ ଫିଲ୍ମ ତିଆରି କରି ତାକୁ ଏକ ଆପ ମାଧ୍ୟମରେ ଦେଖାଇବା ମାମଲାରେ ରାଜ କୁନ୍ଦ୍ରା ଗିରଫ ହୋଇଥିଲେ। ତାଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଗିରଫ କରିଥିଲା । ବିଜନେସମ୍ୟାନ ତଥା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ ୨୭ ଜୁଲାଇ ପର୍ଯ୍ୟନ୍ତ ହେପାଜତରେ ରଖିବା ପାଇଁ ନିଷ୍ପତ୍ତି ନେଇଥିଲା। ତେବେ ଆଜି ହେଉଛି ଶେଷ ଦିନ। ଏହାରି ମଧ୍ୟରେ ପୋଲିସ ହାତରେ ଅନେକ ତଥ୍ୟ ଲାଗିଛି।

ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ପର୍ଣ୍ଣୋଗ୍ରାଫୀ ମାମଲାକୁ ନେଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ନିଜ ହେପାଜତରେ ରଖିବାର ଅବଧିକୁ ବଢ଼ାଇବାର ଯୋଜନା ରଖିଛି। ତେବେ ଆଜି ରାଜ କୁନ୍ଦ୍ରାଙ୍କ ସହିତ ତାଙ୍କ କମ୍ପାନୀର ଆଇଟି ପ୍ରମୁଖ ରୟାନ ଥୋର୍ପଙ୍କର ମଧ୍ୟ ହେପାଜତର ଶେଷ ଦିନ।

ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚ ୧୯ ଜୁଲାଇରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହାକୁ ନେଇ ରାଜ କୁନ୍ଦ୍ରା ବମ୍ବେ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ। ଗିରଫ କରିବା କଥାକୁ ସେ ଅବୈଧ ବୋଲି କହିଥିଲେ। ଏହାକୁ ନେଇ ମାମଲା ଅଧିକ ଜଟିଳ ହୋଇଛି। ଏହା ଉପରେ ମଧ୍ୟ ଆଜି ଫଇସଲା କରାଯିବ। ଆପଣଙ୍କୁ କହିଦେବାକୁ ଚାହୁଁ ଯେ, ଏହି ମାମଲାରେ ଏବେ ପର୍ଯ୍ୟନ୍ତ ମୋଟ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.