ଗ୍ୟାଙ୍ଗ ଗଢ଼ିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ହାଇଦର, ଜେଲ ଭିତରେ ଏକାଠି କରୁଥିଲା ସହଯୋଗୀ

ଭୁବନେଶ୍ବର(କେନ୍ଯୁଜ୍): ଗ୍ୟାଙ୍ଗ ଗଢ଼ିବାକୁ ଯୋଜନା କରିଥିଲା ହାଇଦର । ଗୋଟିଏ ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ଅଧିକ ଦିନ ରହିବା ପରେ ସେଠାରେ ଗ୍ୟାଙ୍ଗ କରିବାର ଆଶଙ୍କା ରହୁଛି । ହାଇଦର ଘର କେନ୍ଦ୍ରାପଡାରେ ହୋଇଥିବା ବେଳେ ଚୌଦ୍ୱାର ଜେଲରେ ତାର କିଛି ପୁରୁଣା ସହଯୋଗୀ ରହୁଛନ୍ତି ।ଚୌଦ୍ୱାରା ଜେଲରେ ଅପରାଧୀକ ନେଟଓ୍ଵର୍କ ବଢ଼ାଇବା ଲାଗି ହାଇଦର ପୁଣି ନୂଆ ବ୍ଲ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା ବୋଲି ଜଣାପଡିଛି ।

ଜେଲ ଭିତରେ ସହଯୋଗୀଙ୍କୁ ଏକାଠି କରୁଥିଲା । ହାଇଦରର ଯୋଜନା ଭଣ୍ଡୁର କରିବାକୁ ସ୍ଥାନାନ୍ତର ହେଉଥିଲା । କିଛି ଦିନ ପୂର୍ବରୁ ଟିଟୋକୁ ଝାରପଡ଼ା ଜେଲରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ସେହିପରି ଆଉ କିଛି ଦୁର୍ବୃତ୍ତଙ୍କୁ ଅନୁଗୁଳ, ଢେଙ୍କାନାଳ, ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଜେଲରେ ଅପରାଧୀଙ୍କ ଦବଦବା ସମ୍ପର୍କରେ ଜଣାପଡିବା ପରେ ଜିଲ୍ଲାର ଏସପି ମାନଙ୍କୁ ଅବଗତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.