Below header

କିଏ ହେବ କର୍ଣ୍ଣାଟକର ଆଗାମୀ ମୁଖ୍ୟମନ୍ତ୍ରୀ ?

ନୂଆଦିଲ୍ଲୀ: କିଏ ହେବ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରେସ୍‌ରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଅରବିନ୍ଦ ଡେଲାଟ, ଉପମୁଖ୍ୟମନ୍ତ୍ରୀ ଅଶ୍ୱତ୍‌ଥ ନାରାୟଣ, ବିଏଲ ସନ୍ତୋଷ। ବିଜେପି ଏକ ଏପରି ଚେହେରାର ସନ୍ଧାନରେ ଅଛି, ଯିଏ ଆଗାମୀ ନିର୍ବାଚନରେ ପାର୍ଟିର ନେତୃତ୍ୱ ନେଇପାରିବ। ଏହା ୟେଦୁଙ୍କ ବିନା ସମର୍ଥନରେ ସମ୍ଭବ ନୁହେଁ । ତେଣୁ ୟେଦୁଙ୍କ ଉତ୍ତରାଧିକାରୀ ଚୟନ ବେଳେ ତାଙ୍କ ପସନ୍ଦକୁ ଅଗ୍ରାଧିକାର ଦିଆଯାଉଛି।

ଅନ୍ୟପଟେ ନୂଆ ନେତା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଲିଙ୍ଗାୟତ ସମ୍ପ୍ରଦାୟରୁ କୌଣସି ଚେହେରା ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଧରିଛି। ଗତକାଲି ବିଜେପି ଜାତୀୟ ସଭାପତି ଓ ଜେପି ନଡ୍ଡାଙ୍କ ମଧ୍ୟରେ ପରବର୍ତ୍ତୀ ଉତ୍ତରାଧିକାରୀ ନେଇ ଆଲୋଚନା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.