ପର୍ଣ୍ଣୋଗ୍ରାଫି କେସ୍‌: ରାଜ୍‌ଙ୍କୁ ଦେଖି ଚିଲ୍ଲାଇଲେ ଶିଳ୍ପା ସେଟ୍ଟୀ, କହିଲେ-ପରିବାରର ନାଁ ମାଟିରେ ମିଶାଇ ଦେଲ

ପର୍ଣ୍ଣୋଗ୍ରାଫି କେସ୍‌ରେ ଗିରଫ ହୋଇଥିବା ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା କମିବା ବଦଳରେ ବଢ଼ିବାରେ ଲାଗିଛି। ତାଙ୍କ ହ୍ଵାଟ୍ସଆପ୍‌, ଫୋନ୍‌ ଓ ସମସ୍ତ ସାକ୍ଷୀ ପ୍ରମାଣଙ୍କ ବୟାନ ରାଜ୍‌ଙ୍କ ରାଜ୍‌ ଖୋଲୁଥିବା ଦେଖିବାକୁ ମିଳିଛି। ଏହି ମାମଲାରେ ଜୁଲାଇ ୨୩ରେ ରାଜ୍‌ଙ୍କ ପତ୍ନୀ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ପଚରାଉଚରା କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ୍‌ ରାଜ୍‌ଙ୍କ ସହ ଶିଳ୍ପାଙ୍କ ଘରକୁ ଯାଇ ତାଙ୍କୁ ଏନେଇ ପଚରାଉଚରା କରିଥିଲା। ତେବେ ରାଜ୍‌ଙ୍କୁ ଦେଖିବା ପରେ ଶିଳ୍ପାଙ୍କୁ ରିଆକ୍ସନ୍‌ ଖୁବ୍‌ ଭୟଙ୍କର ଥିଲା।

ଜୁହୁସ୍ଥିତ ଘରକୁ କ୍ରାଇମ୍‌ବ୍ରାଞ୍ଚ୍‌ ରାଜ୍‌ଙ୍କୁ ନେଇ ଶିଳ୍ପାଙ୍କୁ ପଚରାଉଚରା କରିବାକୁ ଯାଇଥିଲା। ରାଜ୍‌ଙ୍କୁ ସାମ୍ନାରେ ଦେଖି ଶିଳ୍ପା ପ୍ରବଳ ରାଗିଯାଇଥିଲେ। ସେ ରାଗରେ ରାଜ୍‌ଙ୍କ ଉପରେ ଚିଲ୍ଲାଇ କହିଥିଲେ- ତୁମେ ଘରର ମାନ ସମ୍ମାନ ସବୁ କିଛି ମାଟିରେ ମିଶାଇ ଦେଲ। ଏକାଧିକ ଏଣ୍ଡୋର୍ସମେଣ୍ଟ, ବିଜନେସ୍‌ ଡିଲ୍ସ ବି ହାତରୁ ଚାଲିଗଲା। ତୁମେ ଏମିତି କାହିଁକି କଲ ବୋଲି ରାଜ୍‌ଙ୍କୁ ପ୍ରଶ୍ନ କରିଥିଲେ ଶିଳ୍ପା। କିନ୍ତୁ ରାଜ୍‌ ତାଙ୍କୁ ବୁଝାଇଥିଲେ ଯେ ସମସ୍ତ ଅଭିଯୋଗ ଭୁଲ। ସେ ପର୍ଣ୍ଣ ଫିଲ୍ମ ନୁହେଁ ବରଂ ଏରୋଟିକା ମୁଭି ତିଆରି କରୁଥିଲେ। ପ୍ରଥମେ ରାଜ୍‌ଙ୍କ ଉପରେ ବିରକ୍ତ ହୋଇଥିବା ଶିଳ୍ପା ଅବଶ୍ୟ ପରେ ସ୍ୱାମୀଙ୍କ ପକ୍ଷ ନେଇଥିଲେ। ଶିଳ୍ପା କହିଥିଲେ- ରାଜ୍‌ ଏରୋଟିକା ଫିଲ୍ମ ତିଆରି କରନ୍ତି, ପର୍ଣ୍ଣ ନୁହେଁ। ଉଭୟ ଫିଲ୍ମ ପରସ୍ପରଠାରୁ ଭିନ୍ନ।

ଦୀର୍ଘ ୬ ଘଣ୍ଟା ଧରି କ୍ରାଇମ୍‌ବ୍ରାଞ୍ଚ୍‌ ଶିଳ୍ପା ସେଟ୍ଟୀଙ୍କୁ ଜେରା କରିଥିଲା। ଜେରା ବେଳେ ଶିଳ୍ପାଙ୍କର ରାଜ୍‌ଙ୍କ ଏହି ବିଜନେସ୍‌ ସହ କୌଣସି ସମ୍ପୃକ୍ତି ଥିବା ଜାଣିବାକୁ ପାଇନଥିଲା। ଏଣୁ କ୍ରାଇମ୍‌ବ୍ରାଞ୍ଚ୍‌ କହିଛି ଯେ ଏହି ମାମଲାରେ ଶିଳ୍ପାଙ୍କୁ ଆଉ ଜେରା କରାଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.