୧୮ବର୍ଷରେ ପାଦ ଥାପିଲା କିଟ୍, ପ୍ରତିଷ୍ଠା ଦିବସରେ ଯୋଗଦେଲେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ବିଶୋ ପାରାଜୁଲି

ଭୁବନେଶ୍ବର(କେନ୍ୟୁଜ୍): କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ । ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ପ୍ରତିନିଧି ବିଶୋ ପାରାଜୁଲି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଶ୍ୱ ପାଇଁ ଉଦାହରଣ ବୋଲି କହିଛନ୍ତି। ଏହି ଅବସରରେ ସେ କିଟ୍ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ନିଷ୍ଠା, ପ୍ରତିବଦ୍ଧତା ଓ ସମାଜ ପ୍ରତି ଦାୟିତ୍ୱବୋଧକୁ ଭୂୟସୀ ପ୍ରସଂଶା କରିଥିଲେ।
କିଟ୍ ଓ କିସ୍ ସାମାଜିକ ଦାୟିତ୍ୱବୋଧ ଉପରେ ପର୍ଯ୍ୟବେସିତ ଅନୁଷ୍ଠାନ ବୋଲି କହିଛନ୍ତି ପ୍ରତିଷ୍ଠାତା ଡ. ସାମନ୍ତ। ପ୍ରତିଷ୍ଠା ଦିବସ ଅବସରରେ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ଅନୁଷ୍ଠିତ ହୋଇଛି।