କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ ତମ ବାର୍ଷିକ କ୍ରୀଡା ଉତ୍ସବ

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୬ ତମ ବାର୍ଷିକ କ୍ରୀଡା ଉତ୍ସବ ୨୦୨୩-୨୪ ଉଦଯାପିତ। ଦୁଇ ଦିନ ଧରି କିଟ୍ ଦୁତି ଚାନ୍ଦ ଆଥଲେଟିକ୍ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା ବାର୍ଷିକ କ୍ରୀଡ଼ା ଉତ୍ସବ। ୧୬ ଟି ବିଭାଗରେ ୬୦୦ ପିଲା ଅଂଶ ଗ୍ରହଣ କରିଛନ୍ତି।

ଶେଷ ଦିନ ରେ ୫୦ ମିଟର ଦୌଡ , ୫୦ ମିଟର ଆଇସ୍ କ୍ରିମ ଦୌଡ, ୫୦ ମିଟର ବଲ ବାଲାନ୍ସ, ୪୦୦ ମିଟର ରିଲେ ଦୌଡରେ ଉଭୟ ଜୁନିୟର ଓ ସିନିଅର ବିଭାଗରେ ବାଳକ ଓ ବାଳିକା ଅଂଶ ଗ୍ରହଣ କରିଥିଲେ । ଏଥିରେ କୃତି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ମେଡାଲ ଦିଆଯାଇଥିଲା ।

ମୁଖ୍ୟ ଅତିଥି ଭାବରେ ଆଥଲେଟ୍ ଅମିୟ ମଲିକ୍ ଯୋଗ ଦେଇ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ । କିଟ୍ କ୍ରୀଡାର ହବ୍ ହୋଇଥିବାରୁ ଆଗମୀ ଦିନର କ୍ରୀଡା କ୍ଷେତ୍ରରେ ପିଲା ମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେବାପାଇଁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି । ଏହି ଅବସରରେ କିଟ୍ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ମୋନାଲିସା ବଳ, ପ୍ରିନ୍ସପାଲ ସଞ୍ଜୟ ସୁଆର ଉପସ୍ଥିତ ଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.