Below header

କିଟ୍ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଗଗନେନ୍ଦୁଙ୍କୁ ଅନ୍ତର୍ଜାତୀୟ କ୍ରୀଡା ପୁରସ୍କାର

ଭୁବନେଶ୍ବର(କେନ୍ୟୁଜ୍): ପୂର୍ବତନ ଭଲିବଲ ଖେଳାଳି, ରାଜ୍ଯ ଭଲିବଲ ସଂଘ ସଂପାଦକ ତଥା କିଟ୍ କ୍ରୀଡ଼ା ବିଭାଗର ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶଙ୍କୁ ଏକ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରଶାସକ ଭାବେ ପୁରସ୍କାର ମିଳିଛି। ଇଣ୍ଟରନ୍ଯାସନାଲ ଫେଡେରେସନ ଅଫ୍ ଫିଜିକାଲ ଫିଟନେସ ଓ ସ୍ପୋଟର୍ସ ସାଇନ୍ସ ଆସୋସିଏସନ, ଇଣ୍ଡିଆ (ଆଇଏଫପିଇଏଫଏସଏସ୍ଏ) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟ କ୍ରୀଡ଼ା କ୍ଷେତ୍ରକୁ କିଟ୍ ଓ କିସର ଅବଦାନକୁ ସ୍ବୀକ୍‌ତି ପ୍ରଦାନ ପୂର୍ବକ ଏହି ମର୍ଯ୍ଯାଦାଜନକ ସମ୍ମାନ ପାଇଛନ୍ତି ଡକ୍ଟର ଦାଶ। ବିଗତ ୫ ବର୍ଷ ଭିତରେ ବହୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାକୁ ଆୟୋଜନ କରି କିଟ୍ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସ୍ଷ୍ଟି କରିଛି।
ଦୂତି ଚାନ୍ଦ, ଅମିୟ ମଲ୍ଲିକ, ପୂର୍ଣ୍ଣିମା ହେମ୍ବ୍ରମ, ଜଉନା ମୁର୍ମୁ, ଶ୍ରୀୟଙ୍କା ଷଡଙ୍ଗୀ, ଋତୁପର୍ଣ୍ଣା ପଣ୍ଡା, ରଞ୍ଜିତ ନାୟକ, ସମିତ୍ରା ନାୟକ, ମନ୍ଦାକିନୀ ମାଝୀ, ହୁପି ମାଝିଙ୍କ ଭଳି ବହୁ ତାରକା କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରି ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇଛି କିଟ୍।

ଭାରତର ଏକମାତ୍ର ବିଶ୍ବବିଦ୍ଯାଳୟ ଭାବେ କିଟରେ ଅର୍ନ୍ତଜାତୀୟ ମାନର କ୍ରୀଡ଼ା ଭିତ୍ତିଭୂମି ପ୍ରତିଷ୍ଠା ସହିତ ୨୫୦ରୁ ଉର୍ଦ୍ଧ୍ବ ପ୍ରଶିକ୍ଷକ ଏବଂ ସହାୟକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ସୁଦ୍ଧା କିଟରୁ ୩୩ଟି କ୍ରୀଡ଼ାରେ ୫ ହଜାରରୁ ଉର୍ଦ୍ଧ୍ବ ଖେଳାଳି ବାହାରି ସାରିଛନ୍ତି। ଏହି ଅବସରରେ ଡକ୍ଟର ଗଗନେନ୍ଦୁଙ୍କୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ଯୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.