୭୬ ବର୍ଷରେ ପାଦ ଥାପିଲେ ଜାଭେଦ ଅଖତାର୍, ଜନ୍ମଦିନରେ ଜାଣନ୍ତୁ ରୋଚକ ତଥ୍ୟ

ଆଜି ଜାଭେଦ ଅଖତାର ୭୬ ବର୍ଷରେ ପାଦ ଥାପିଛନ୍ତି। ୧୭ ଜାନୁଆରୀ ଆଜିର ଦିନରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ସ୍କ୍ରିପ୍ଟ ରାଇଟର ଏବଂ ଗୀତିକାର ଜାଭେଦ ଅଖତାରଙ୍କ ବିଷୟରେ ଆଜି ଆମେ ଆପଣଙ୍କ କିଛି ଖାସ୍ ତଥ୍ୟ ନେଇ ଆସିଛୁ। ୧୭ ଜାନୁଆରୀ ୧୯୪୫ରେ ଗ୍ଵାଲିୟରରେ ଜାଭେଦ ଅଖତାର ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନ ନିସାର ଖାନ୍ ଏବଂ ମାତାଙ୍କ ନାମ ସାଫିଆ ସିରାଜୁଲ ହକ। ଜାଭେଦ ଅଖତାରଙ୍କ ପିତା ବଲିଉଡରେ ଜଣେ ବହୁତ ଭଲ ଗୀତିକାର ଥିଲେ ଏବଂ ଉର୍ଦ୍ଦୁ କବି ଥିଲେ।
ଜାଭେଦ ଅଖତାର ଲକ୍ଷ୍ନୌରେ କଲଭିନ୍ ତାଲୁକଦାର କଲେଜରେ ପଢ଼ୁଥିଲେ। ଏହାଛଡା ସେ ସଲମାନ୍ ଖାନଙ୍କ ପିତା ସଲିମ୍ ଖାନଙ୍କ ସହିତ ପାର୍ଟନରସିପରେ ଥିଲେ। ସଲିମ-ଜାଭେଦଙ୍କ ଯୋଡି ମିଶି ଅନେକ ସୁପରହିଟ ହିନ୍ଦୀ ସିନେମା ଦେଇଛନ୍ତି। ଉଭୟଙ୍କ ବନ୍ଧୁତା ‘ସରହଦୀ ଲୁଟେରା’ଙ୍କ ସେଟରେ ହୋଇଥିଲା। ସଲୀମ ଖାନ୍ ଏହି ଫିଲ୍ମରେ ଅଭିନେତା ଥିଲେ, ସେହିପରି ଜାଭେଦ ଅଖତାର ଫିଲ୍ମର ଡାଇଲଗ୍ ରାଇଟର ଥିଲେ।
ଜାଭେଦ ଅଖତାର ଏବଂ ସଲିମ ଖାନ ମିଶି ଅନେକ ବଲିଉଡ କାହାଣୀ ଲେଖିଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ‘ଅଧିକାର’ ଏବଂ ‘ଅନ୍ଦାଜ୍’ ଥିଲା। ଏହାପରେ ଉଭୟେ ମିଶି ବ୍ଲକବଷ୍ଟର ହିଟ୍ ଦେଇଥିଲେ। ଏଥିରେ ‘ସୋଲେ’ ଫିଲ୍ମ ମଧ୍ୟ ସାମିଲ ଅଛି।
ଜାଭେଦ ଅଖତାରଙ୍କ ବିବାହ ହନି ଇରାନୀଙ୍କ ସହିତ ୧୯୭୨ରେ ହୋଇଥିଲା, ଯାହାପରେ ୧୯୮୫ରେ ଛାଡପତ୍ର ନେଇଗଲେ। ଏହାପରେ ଜାଭେଦ ଅଖତାର ଶବାନା ଆଜମୀଙ୍କୁ ବିବାହ କଲେ। ଜାଭେଦ ଅଖତାରଙ୍କୁ ପାଞ୍ଚ ରାଷ୍ଟ୍ରୀୟ ଫିଲ୍ମ ପୁରଷ୍କାର ଏବଂ ୮ ଫିଲ୍ମଫେୟର ଆଓ୍ଵାର୍ଡ ବେଷ୍ଟ ଲିରିକ୍ସ ପାଇଁ ମିଳିଛି।
ଜାଭେଦ ଅଖତାରଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ସାହିତ୍ୟ ଏକାଡେମୀ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ଜାଭେଦ ଅଖତାରଙ୍କ କଙ୍ଗନା ରାଣାଓ୍ଵତଙ୍କ ସହିତ ଚାଲୁଥିବା ବିବାଦକୁ ନେଇ ଚର୍ଚ୍ଚାରେ ଅଛି।
@Richard Dawkins @[email protected] you #Center For Inquiry ( USA) for this great honour. I am humbled to be the first Indian recipient of #Richard Dawkins Award 2020 for standing up for rationality and reason against religious bigotry and superstition pic.twitter.com/VS9nIxQImt
— Javed Akhtar (@Javedakhtarjadu) October 26, 2020