ଆଜି ଖେଲୋ ଇଣ୍ଡିଆର ଅଷ୍ଟମ ଦିନ, ସେମିଫାଇନାଲ ମ୍ୟାଚ ଖେଳିବେ କିଟ୍‌ ପୁରୁଷ ଓ ମହିଳା ରଗବୀ ଦଳ

ଭୁବନେଶ୍ବର(କେନ୍ଯୁଜ୍): କିଟ ବିଶ୍ୱବିଦ୍ୟାଳୟରେ ଚାଲିଥିଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆଜି ଅଷ୍ଟମ ଦିନ । ଆଜି କିଟ୍‌ ପୁରୁଷ ଓ ମହିଳା ରଗବୀ ଦଳ ସେମିଫାଇନାଲ ମ୍ୟାଚ ଖେଳିବେ । ଗତକାଲି କ୍ୱାଟର ଫାଇନାଲରେ ପଞ୍ଜାବର ଏଲ୍‌ପି ୟୁନିଭର୍ସିଟିକୁ ୧୯-୫ ରେ ହରାଇ ସେମିରେ ପହଞ୍ଚିଛି ପୁରୁଷ ଦଳ । ସେହିପରି KBCU ଜଳଗାଁଓକୁ ୫୩-୦ରେ ହରାଇ ସେମି ଟିକେଟ ହାତେଇଛି କିଟ୍‌ ମହିଳା ରଗବୀ ଦଳ । ସେମି ଓ ଫାଇନାଲ ଜିତି ସ୍ୱର୍ଣ୍ଣ ହାସଲ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଅଭ୍ୟାସ ବି ଚଳାଇଛନ୍ତି ।… ସେହିପରି ଆଜି ମହିଳା ହକି ଫାଇନାଲ ଖେଳାଯିବ । ମଧ୍ୟପ୍ରଦେଶ ଆଇଟିଏମ୍‌ ୟୁନିଭର୍ସିଟି ଓ ସମ୍ବଲପୁର ୟୁନିଭର୍ସିଟି ମଧ୍ୟରେ ଫାଇନାଲ ଖେଳାଯିବ । ଏହା ସହ ଆଜି ବିଭିନ୍ନ ବିଭାଗରେ ମ୍ୟାଚ୍‌ ଅନୁଷ୍ଠିତ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.