Below header

ଆଜି କିଟ୍‌ ନହ୍ନିପରି ଲିଟିଲ ମିସ୍‌ ଇଣ୍ଡିଆ ଅଡିସନ୍‌

ଭୁବନେଶ୍ୱର (କେନ୍ୟୁଜ୍) : ଆଜି କିଟ୍ ନହ୍ନିପରି ଲିଟିଲ ମିସ୍ ଇଣ୍ଡିଆ-୨୦୧୮ର ଭୁବନେଶ୍ୱର ଅଡିସନ୍ । ସକାଳ ୧୦ଟାରୁ କ୍ୟାମ୍ପସ- ୭ରେ ଅଡିଟୋରିୟମ ଅଡିସନ ଆରମ୍ଭ ହେବ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୩ରୁ ୧୬ ବର୍ଷ ବୟସର ଝିଅମାନେ ଭାଗ ନେଇ ନିଜର ଟାଲେଣ୍ଟ ପ୍ରଦର୍ଶନ କରିବେ । ଦେଶର ୨୩ଟି ସହରରେ କିଟ୍ ନହ୍ନିପରି ଅଡିସନ୍ କରାଯାଉଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଏହି ପ୍ରତିଯୋଗିତା ପାଇଁ ବହୁ ପ୍ରତିଯୋଗୀ ଆବେଦନ କରିଛନ୍ତି । ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଆଞ୍ଚଳିକ ଅଡିସନ ଅନୁଷ୍ଠିତ ହେଉଛି ।

kiitଏଥିରେ ବିଭିନ୍ନ ବିଭାଗରେ ବଛା ଯାଇଥିବା ନହ୍ନିପରିଙ୍କ ପାଇଁ ୪୧ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି । ଝିଅମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବା କିଟ୍ ନହ୍ନିପରି ଲିଟିଲ ମିସ ଇଣ୍ଡିଆର ମୂଳ ଲକ୍ଷ୍ୟ । ୨୦୦୧ ମସିହାରେ କେନ୍ଦୁଝର ସହରରୁ ନହ୍ନପିରୀ କିଟ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ମଳୟ ମହାପାତ୍ରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ବାଳିକାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ କିଟ୍ ନହ୍ନିପରୀ ପ୍ରୟାସ କରିଆସୁଛି । ଦୀର୍ଘ ୧୮ ବର୍ଷ ଧରି ଡକ୍ଟର ସାମନ୍ତ ଏହାର ମୁଖ୍ୟ ପୃଷ୍ଠପୋଷକ ରହିଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.