କିସକୁ ମିଳିଲା ଫିଟ ଇଣ୍ଡିଆ ସ୍କୁଲ ମାନ୍ୟତା, ଏବେ ବ୍ୟବହାର କରିପାରିବ ଫିଟ୍‌ ଇଣ୍ଡିଆର ଫ୍ଲାଗ ଓ ଲୋଗୋ

କେନ୍ୟୁଜ୍(ବ୍ୟୁରୋ):  କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍ସେସ୍‌ କିସକୁ ମିଳିଲା ଫିଟ ଇଣ୍ଡିଆ ସ୍କୁଲ ମାନ୍ୟତା । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଏହି ସ୍ୱୀକୃତି ପତ୍ର ମିଳିବା ପରେ କିସ୍‌ ଏବେ ଫିଟ୍‌ ଇଣ୍ଡିଆର ଫ୍ଲାଗ ଓ ଲୋଗୋ ବ୍ୟବହାର କରିପାରିବ । କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସର୍ବଦା ପାଠପଢା ସହ ଖେଳକୁ ଗୁରତ୍ୱ ଦେଇଆସିଛନ୍ତି । ଶାରୀରିକ ସ୍ତରରେ ଛାତ୍ରଛାତ୍ରୀ ଯେମିତି ଫିଟ୍‌ ରହି ପାରିବେ ଏନେଇ କିସରେ ରହିଛି ଉନ୍ନତ ମାନର ଭିତ୍ତିଭୂମୀ ।

kiss1

ଯାହା ଫଳରେ କିସ ଏହି ମାନ୍ୟତା ପାଇବାରେ ସଫଳ ହୋଇଛି । ଗତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ଦେଶରେ ଫିଟ୍‌ ଇଣ୍ଡିଆ ସ୍କୁଲ ଗ୍ରେଡିଂ ସିଷ୍ଟମ ଆରମ୍ଭ କରିଥିଲେ । ଏହି ଅଭିଯାନ ଅନୁସାରେ ଫିଟନେସର ବିଭିନ୍ନ ପାରାମିଟର୍‌କୁ ଆଧାର କରି ସ୍କୁଲ ମାନଙ୍କୁ ର‍୍ୟାଙ୍କିଂ ପ୍ରଦାନ କରାଯାଇଥାଏ । ଯେମିତି କି ସ୍କୁଲରେ କେତେ କ୍ରୀଡ଼ା ଶିକ୍ଷକ ଅଛନ୍ତି , କିଭଳି କ୍ରୀଡ଼ା ଭିତ୍ତିଭୂମୀ ରହିଛି , ଯୋଗ , କ୍ରୀଡ଼ା ପ୍ରଶିକ୍ଷଣ ଏବଂ ଶିକ୍ଷକ ଶିକ୍ଷୟତ୍ରୀ କିଭିଳି ଫିଟ୍‌ ରହିଛନ୍ତି ତାକୁ ଦେଖାଯାଏ । ଫିଟ୍‌ ଇଣ୍ଡିଆ ର‍୍ୟାଙ୍କିଂ ହାସଲ କରିଥିବା ସ୍କୁଲ ଫିଟ ଇଣ୍ଡିଆ ଲୋଗୋ ଓ ଫ୍ଲାଗକୁ ବ୍ୟବହାର କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.