କେନ୍ୟୁଜର ପ୍ରଭାବ: ଦୁଇ ଅନାଥ ଭଉଣୀକୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ପ୍ରଶାସନ

ବାପା ମାଙ୍କୁ ହରାଇ ଦୁଇ କୁନି ଭଉଣୀ ଦିନ ମଜୁରିଆ ହୋଇ କାମ କରୁଥିଲେ । ପର ବିଲରେ ଧାନ ଲଗାଇ ସେଥିରୁ ମିଳୁଥିବା ଦୁଇ ପଇସାରେ ପେଟ ପୋଷୁଥିଲେ । ଏହି ଖବର ସର୍ବପ୍ରଥମେ କେନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହା ପରେ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଆଗେଇ ଆସି ସହାୟତାର ହାତ ବଢ଼େଇଛି।

କାଲିମେଳା (କେନ୍ୟୁଜ): ଆଗପଛ ହୋଇ ଆରପାରିକୁ ଚାଲିଗଲେ ବାପା-ମା । ଅନାଥ ହୋଇଗଲେ ୨ ଛୁଆ ।  ପାଠ ପଢିବେ ଭଲ ଚାକିରି କରିବେ ଏମିତି ଅନେକ ସ୍ବପ୍ନ ଥିଲା ଆଖିରେ। ହେଲେ ଅଭିଭାବକଙ୍କ ଅକାଳ ମୃତ୍ୟୁ ପିଲାମାନଙ୍କୁ ଏକା କରିଦେଲା। ବାପା ମାଙ୍କୁ ହରାଇ ଦୁଇ କୁନି ଭଉଣୀ ଦିନ ମଜୁରିଆ ହୋଇ କାମ କରୁଥିଲେ । ପର ବିଲରେ ଧାନ ଲଗାଇ ସେଥିରୁ ମିଳୁଥିବା ଦୁଇ ପଇସାରେ ପେଟ ପୋଷୁଥିଲେ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମହାରାଜପାଲ୍ଲୀ ଅନ୍ତର୍ଗତ ଗୋରେଲଗୁଡ଼ା ଗ୍ରାମର ବାପା-ମା’ ଛେଉଣ୍ଡ ଦୁଇ ଅନାଥ ଆଦିବାସୀ ଝିଅ  ଜ୍ୟୋତି ଓ ମୋମିକା ପୋଡ଼ିଆମୀ।

ଏହି ଖବର ସର୍ବପ୍ରଥମେ କେନ୍ୟୁଜରେ ପ୍ରସାରଣ ହୋଇଥିଲା।ଏହା ପରେ ଗଣମାଧ୍ୟମ ପ୍ରତିନିଧି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଆଗେଇ ଆସି ସହାୟତାର ହାତ ବଢ଼େଇଛି।  ଦୁହେଁ ପାଠ ପଢିବେ ଆଉ ଭବିଷ୍ୟତ ଗଢିବେl କାଲିମେଳା ଶିଶୁ ସୁରକ୍ଷା ବିଭାଗ ସେମାନଙ୍କୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଠାରେ ହସ୍ତାନ୍ତର କରିଛନ୍ତି।

ଆଜିକୁ ୫ ବର୍ଷ ତଳେ ଗୋରେଲଗୁଡ଼ା ଗ୍ରାମର ମୁତା ପୋଡ଼ିଆମୀ ଓ ଏଙ୍କି ପୋଡ଼ିଆମୀ ରୋଗରେ ପୀଡ଼ିତ ହୋଇ ଚିକିତ୍ସା ଅଭାବରୁ ପ୍ରାଣ ହରାଇଥିଲେ। ଏହାପରେ ଦୁଇ ଭଉଣୀ ପ୍ରତିଦିନ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ । ଦୁହେଁ ୫ ବର୍ଷ ହେବ ବଡ଼ ବାପା ଭୀମା ପୋଡ଼ିଆମୀଙ୍କ ପାଖରେ ରହୁଥିଲେ । ବଡ ଭଉଣୀ ନା ଜ୍ୟୋତି ପୋଡ଼ିଆମୀ ଓ ସାନଭଉଣୀ ନା ମୋମିକା ପୋଡ଼ିଆମୀ । ଅର୍ଥ ଅଭାବରୁ ଜ୍ୟୋତି ତୃତୀୟ ଶ୍ରେଣୀରେ ପାଠ ପଢି ଅଧାରେ ଅଟକି ଯାଇଥିଲେ l ହେଲେ ଖବରଟି କେନ୍ୟୁଜର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ସହାୟତାରେ ଅନାଥଦୁଇ ଭଉଣୀ ଆଗକୁ ଶିକ୍ଷାଦାନ କରିବେ। ଏହି ଭଳି ଖବରକୁ ଗ୍ରାମବାସୀ,ବୁଦ୍ଧିଜୀବୀ ଓ ଦୁଇ ଭଉଣୀ ଅଶେଷ ଅଶେଷ ଧନ୍ୟବାଦ ଜଣେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.