ରୁଷ ଏୟାରପୋର୍ଟ ଉପରେ ଡ୍ରୋନ ଆଟାକ୍‌: ୪ଟି ମିଲିଟାରୀ ବିମାନ ଧ୍ବଂସ, ପସ୍କୋଭ ଏୟାରପୋର୍ଟ ବନ୍ଦ

ରୁଷର ପସ୍କୋଭ ଏୟାରପୋର୍ଟରେ ଡ୍ରୋନ ଆକ୍ରମଣ ଯୋଗୁଁ ୪ଟି ମିଲିଟାରୀ ବିମାନ ଧ୍ୱଂସ । ତେବେ ଏହି ଆକ୍ରମଣ ପଛରେ ୟୁକ୍ରେନ ହାତ ଅଛି କି ନାହିଁ ଜଣାପଡିନି ।

ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସବୁଠୁ ବଡ ଡ୍ରୋନ ଆକ୍ରମଣ । ରୁଷ ଏୟାରପୋର୍ଟ ଉପରେ ଡ୍ରୋନ ଆଟାକ । ରୁଷ ଉତ୍ତର-ପଶ୍ଚିମ ସହର ପସ୍କୋଭ ଉପରେ ଡ୍ରୋନ ଆକ୍ରମଣ । ଡ୍ରୋନ ଆକ୍ରମଣରେ ୪ଟି ମିଲିଟାରୀ ଟ୍ରାନ୍ସପୋର୍ଟ ବିମାନ ଧ୍ବଂସ । ଡ୍ରୋନକୁ ପ୍ରତିହତ କରିଥିଲା ରୁଷର ଏୟାର ଡିଫେନ୍ସ ସିଷ୍ଟମ। ତଥାପି ୨ଟି ବିମାନରେ ନିଆଁ ଲାଗିଯାଇଥିଲା । ୟୁକ୍ରେନ ଠାରୁ ୬୦୦ କିଲୋମିଟରରେ ଦୂରରେ ପସ୍କୋଭ ।

ଗତ ମେ ମାସରେ ମଧ୍ୟ ଏଠାରେ ଡ୍ରୋନ ଆକ୍ରମଣ ହୋଇଥିଲା । ତେବେ ଏହି ଆକ୍ରମଣ ପଛରେ ୟୁକ୍ରେନ ହାତ ଅଛି କି ନାହିଁ ଜଣାପଡିନି । ଗତ କିଛି ସପ୍ତାହ ହେବ ରୁଷରେ ଡ୍ରୋନ ଆକ୍ରମଣ ବଢାଇଛି ୟୁକ୍ରେନ । ବେଲଗୋରଡ ଡ୍ରୋନ ଆଟାକ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ରୁଷ ଉପରେ ଲଗାତର ଡ୍ରୋନ ଆକ୍ରମଣ ପଛରେ ୟୁକ୍ରେନ ଅଛି କି ନାହିଁ ଜଣାପଡିନଥିଲେ ମଧ୍ୟ ପୂର୍ବରୁ ରାଷ୍ଟ୍ରପତି ଜେଲେନସ୍କି ରୁଷ ଉପରେ ଆକ୍ରମଣକୁ ସ୍ବାଭାବିକ ବୋଲି କହିଥିଲେ ।

ସରକାରୀ ଅଧିକାରୀମାନେ କହିଛନ୍ତି, ଏହି ଆକ୍ରମଣ ଯୋଗୁଁ ୪ଟି ରୁଷୀୟ ପରିବହନ ବିମାନ ନଷ୍ଟ ହୋଇଯାଇଛି। ପସ୍କୋଭ୍ ବିମାନ ବନ୍ଦର ଉପରେ ୧୦ରୁ ୨୦ଟି ଡ୍ରୋନ୍ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଯଦି ସବୁ ଠିକ୍ଠାକ୍ ଥାଏ ତେବେ ଗୁରୁବାରଠାରୁ ସ୍ବାଭାବିକ ଭାବେ ବିମାନ ଚଳାଚଳ ଆରମ୍ଭ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.