ପ୍ରେମିକାକୁ ଚୁମ୍ବନ ଦେଇ ଫସିଗଲେ ଯୁବକ, ହରାଇବସିଲେ ନିଜ ଶ୍ରବଶ ଶକ୍ତି

୧୦ ମିନିଟର ଚୁମ୍ବନ ପ୍ରେମିକଙ୍କୁ ପଡିଗଲା ମହଙ୍ଗା । ପ୍ରେମିକା କି ଚୁମ୍ବନ ଏମିତି ଦେଲେ ଯେ ନିଜ ଶ୍ରବଶ ଶକ୍ତି ହରାଇବସିଲେ ପ୍ରେମିକ । ଚୁମ୍ବନ ଦେଉ ଦେଉ ପ୍ରେମିକଙ୍କର କାନ ପରଦା ଫାଟି କଣା ହୋଇଗଲା । ଏ କଥା ଶୁଣି ଆପଣଙ୍କୁ ବିଶ୍ୱାସ ନ ଲାଗୁଥାଇପାରେ ।

ପ୍ରେମିକାକୁ ଚୁମ୍ବନ ଦେଇ ଫସିଗଲେ ଯୁବକ । ୧୦ ମିନିଟର ଚୁମ୍ବନ ପ୍ରେମିକଙ୍କୁ ପଡିଗଲା ମହଙ୍ଗା । ପ୍ରେମିକା କି ଚୁମ୍ବନ ଏମିତି ଦେଲେ ଯେ ନିଜ ଶ୍ରବଶ ଶକ୍ତି ହରାଇବସିଲେ ପ୍ରେମିକ । ଚୁମ୍ବନ ଦେଉ ଦେଉ ପ୍ରେମିକଙ୍କର କାନ ପରଦା ଫାଟି କଣା ହୋଇଗଲା । ଏ କଥା ଶୁଣି ଆପଣଙ୍କୁ ବିଶ୍ୱାସ ନ ଲାଗୁଥାଇପାରେ । କିନ୍ତୁ ବାସ୍ତବରେ ଏପରି ହୋଇଛି । ପ୍ରେମିକାକୁ ୧୦ ମିନିଟ୍‌କାଳ ଚୁମ୍ବନ ଦେଇ ଚୀନ୍‌ର ଜଣେ ବ୍ୟକ୍ତି ଶ୍ରବଣଶକ୍ତି ହରାଇଥିବା କଥା ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଅଗଷ୍ଟ ୨୨ ତାରିଖ ଦିନ ସେମାନେ ଚୀନ୍‌ର ପୂର୍ବାଞ୍ଚଳ ପ୍ରଦେଶ ଜେଜିଆଙ୍ଗ୍‌ ପ୍ରଦେଶର ‘ପଶ୍ଚିମ ହ୍ରଦ’କୁ ‘ଡେଟିଙ୍ଗ୍‌’ରେ ଯାଇଥିଲେ। ପ୍ରେମିକାର ଓଠରେ ୧୦ ମିନିଟ୍‌ ଧରି ନିଜ ଓଠ ଜଡ଼ାଇ ରଖିବା ପରେ ପ୍ରେମିକ ନିଜ କାନରେ ତୀବ୍ର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପରୀକ୍ଷା କରି ଡାକ୍ତରମାନେ ଦେଖିଲେ ଯେ ତାଙ୍କ କାନ-ପରଦାରେ ଛିଦ୍ର ହୋଇଯାଇଛି। ଛିଦ୍ର ପୂରଣ ହେବାକୁ ୨ ମାସ ଲାଗିବ କହି ଡାକ୍ତରମାନେ ତାଙ୍କୁ ‘ଆଣ୍ଟିବାୟୋଟିକ୍‌’ ଲେଖିଦେଇଛନ୍ତି।

ଡାକ୍ତରମାନେ କହିଛନ୍ତି, ଏଭଳି ଆତୁର ହୋଇ ଚୁମ୍ବନ ଦେଲେ କାନ ଭିତରେ ବାୟୁ ଚାପ ପଡ଼େ। ଏଥିସହିତ ପ୍ରେମିକ ବା ପ୍ରେମିକାଙ୍କର ଦୀର୍ଘ ନିଶ୍ବାସପ୍ରଶ୍ବାସ ମଧ୍ୟ ବାୟୁଚାପରେ ଅସନ୍ତୁଳ ଅବସ୍ଥା ସୃଷ୍ଟି କରେ। ଫଳରେ କାନ-ପରଦା ଫାଟିଯାଏ।

‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ରିପୋର୍ଟ ଆହୁରି ମଧ୍ୟ ଲେଖିଛି, ଉପରୋକ୍ତ ଘଟଣା ଏ ପ୍ରକାରର ପ୍ରଥମ ଘଟଣା ନୁହେଁ। ପ୍ରେମିକର ତୀବ୍ର ଚୁମ୍ବନ ଯୋଗୁଁ ୨୦୦୮ରେ ମଧ୍ୟ ଦକ୍ଷିଣ ଚୀନ୍‌ରେ ଜଣେ ତରୁଣୀ ଆଂଶିକ ଶ୍ରବଣଶକ୍ତି ହରାଇଥିବା କଥା ‘ରଏଟର୍ସ’ ରିପୋର୍ଟ କରିଥିଲା। ଦକ୍ଷିଣ ଗୁଆଙ୍ଗ୍‌ଡୋଙ୍ଗ୍‌ ପ୍ରଦେଶର ଜୁହାଇ ଅଞ୍ଚଳର ୨୦ ବର୍ଷ ବୟସ୍କା ଯୁବତୀଙ୍କ ବାମ କାନକୁ ଆଦୌ କିଛି ନ ଶୁଭିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେବେ ଦର୍ଶକବନ୍ଧୁ ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଏହି ଘଟଣା ଚୀନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.