ଟ୍ରେନ୍‌ ଟ୍ରାଜେଡି ସାମ୍ନାକୁ ଆସିଲା ‘କବଚ’, ଜାଣନ୍ତୁ ଏହା କଣ?

ବିପଦ ସଙ୍କେତ ଦେଇ ଅତିକ୍ରମ କରିବା ଏବଂ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଟ୍ରେନ୍‌ ଗୁଡ଼ିକୁ ସୁରକ୍ଷା ଯୋଗାଇଥାଏ । ରେଳ ମନ୍ତ୍ରଣାଳୟ ବର୍ଷ ବର୍ଷ ଧରି ଅନୁସନ୍ଧାନ ପରେ ଏହି ଟେକ୍ନୋଲୋଜିର ବିକାଶ କରିଛି । ଜିରୋ ଦୁର୍ଘଟଣାର ଲକ୍ଷ୍ୟ ପାଇଁ ରେଳବାଇକୁ ସାହାଯ୍ୟ କରିବାକୁ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍‌ ପ୍ରୋଟେକ୍ସନ୍‌ ସିଷ୍ଟମକୁ ବିକଶିତ କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ):  ଟ୍ରେନ୍‌ ଟ୍ରାଜେଡି ପରେ ‘କବଚ’କୁ ନେଇ ଅନେକ ପ୍ରଶ୍ନ । ତେବେ କଣ ଏହି ‘କବଚ’ ? କବଚ ହେଉଛି ଏକ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା । ବିପଦ ସଙ୍କେତ ଦେଇ ଅତିକ୍ରମ କରିବା ଏବଂ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଟ୍ରେନ୍‌ ଗୁଡ଼ିକୁ ସୁରକ୍ଷା ଯୋଗାଇଥାଏ । ରେଳ ମନ୍ତ୍ରଣାଳୟ ବର୍ଷ ବର୍ଷ ଧରି ଅନୁସନ୍ଧାନ ପରେ ଏହି ଟେକ୍ନୋଲୋଜିର ବିକାଶ କରିଛି । ଜିରୋ ଦୁର୍ଘଟଣାର ଲକ୍ଷ୍ୟ ପାଇଁ ରେଳବାଇକୁ ସାହାଯ୍ୟ କରିବାକୁ ସ୍ୱଦେଶୀ ସ୍ୱୟଂଚାଳିତ ଟ୍ରେନ୍‌ ପ୍ରୋଟେକ୍ସନ୍‌ ସିଷ୍ଟମକୁ ବିକଶିତ କରାଯାଇଛି । ଏହି ବୈଦ୍ୟୁତିକ ଉପକରଣ ଏବଂ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେଶନ ଡିଭାଇସ୍‌ ସମୂହକୁ ଲୋକୋମୋଟିଭ୍ସରେ ଇନ୍‌ଷ୍ଟଲ କରାଯାଏ ।

ଏହା ଟ୍ରେନ୍‌ର ବ୍ରେକ୍‌ ଉପରେ ନିୟନ୍ତ୍ରଣ ରଖିବା ସହ ଚାଳକଙ୍କୁ ବିଭିନ୍ନ ସିଗ୍ନାଲ ମାଧ୍ୟମରେ ଆଲର୍ଟ କରିଥାଏ । କୌଣସି ଦୁର୍ଘଟଣା ଏଡ଼ାଇବାକୁ ଲୋକୋ ପାଇଲଟ୍‌ ବ୍ରେକ୍‌ ଲଗାଇବାରେ ବିଫଳ ହେଲେ କବଚ ଆପେ ଆପେ ଟ୍ରେନ୍‌ର ବ୍ରେକ୍‌ ଲଗାଇ ଗତି ନିୟନ୍ତ୍ରଣ କରିଥାଏ । ଦୁଇଟି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଆଶଙ୍କା ଥିଲେ କବଚ ଏହି ଉପାୟରେ ବ୍ରେକ୍‌ ଲଗାଇଥାଏ । ବର୍ତ୍ତମାନ ୨ଟି ରୁଟ୍‌ରେ କାର୍ଯ୍ୟକାରୀ ହେଉଛି ‘କବଚ’ । ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାୱଡ଼ାକୁ କାର୍ଯ୍ୟ କରୁଛି । ହେଲେ ହାୱଡ଼ା-ଚେନ୍ନାଇ ରୁଟ୍‌ରେ କାର୍ଯ୍ୟକାରୀ ହୋଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.