Below header

ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ: ମରାମତି ହୋଇପାରୁନି ବନ୍ଧ, ପାଣି ଅଟକାଇବା ହୋଇଯାଉଛି ମୁସ୍କିଲ୍

ଜୟପୁର(କେନ୍ୟୁଜ୍):  ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ । ଦ୍ରୁତ ଗତିରେ କେନାଲ ପାଣି ମାଡ଼ିବାରୁ ଏକର ଏକର ଚାଷ ଜମିରେ ପାଣି ଜମିଛି । ୯ ମିଟରର ଘାଇ ସୃଷ୍ଟି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛି ଘରଦ୍ୱାର ।

ଜୟପୁର ସହର ନିକଟ ଦେଇ ଯାଇଥିବା କୋଲାବ ଡ୍ୟାମର ମୁଖ୍ୟ ଶାଖା କେନାଲ ବନ୍ଧ ଭାଙ୍ଗିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । କେନାଲ ପାଣି ମାଡି ଫସଲ ନଷ୍ଟ ହେବା ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚିଥିଲେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ।

ଏନେଇ କୋଲାବର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଅନ୍ୟପଟେ ଚାଷୀ ଅନେକ କ୍ଷତି ସହିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପାଣି ପ୍ରବାହକୁ ନିୟନ୍ତ୍ରଣ କରାଯାଇପାରୁନାହିଁ ।  ପାଣିର ସ୍ରୋତକୁ ଅଟକା ଗଲେ ବନ୍ଧ ମରାମତି ସହଜ  ଏବଂ ଶିଘ୍ର ହୋଇପରିବା ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି । କିନ୍ତୁ ପାଣିକୁ ଏଯାବତ ଅଟକାଯାଇପରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.