Below header

ରାୟଗଡା: ଶିରିଗୁଡା ଅଂଚଳରୁ ୧୩ ବସ୍ତା ଗଞ୍ଜେଇ ଜବତ, ବେପାରୀ ଗିରଫ

ରାୟଗଡା(କେନ୍ୟୁଜ୍):  ରାୟଗଡା ଥାନା ଅନ୍ତର୍ଗତ ଶିରିଗୁଡା ଅଂଚଳରୁ ୧୩ଟି ବସ୍ତାରେ ୨ କୁଇଣ୍ଟାଲ ୭୧ କେଜି ଗଞ୍ଜେଇ ଜବତ ହୋଇଛି। ଘଟଣାରେ ରାୟଗଡା ପୋଲିସ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା କଣ୍ଟାଡିଆ ବ୍ଲକର ଅମରେନ୍ଦ୍ର ଦାଶ।

ganja

ଗଞ୍ଜେଇ ଚାଲାଣ ହେଉଥିବା ପିକଅପ ଗାଡିକୁ ଜବତ କରିଛି ପୋଲିସ। କୋରାପୁଟ ଜିଲ୍ଲା ସୀମାନ୍ତରୁ ବାଲେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.