କୋଣାର୍କ : ୧୦ ଦିନ ଧରି ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କୋଣାର୍କ : ଯୁବତୀଙ୍କୁୁ ଗଣଦୁଷ୍କର୍ମ । ଦିନେ କି ଦୁଇ ଦିନ ନୁହେଁ, ୧୦ ଦିନ ଧରି ଗଣଦୁଷ୍କର୍ମ କରିଛନ୍ତି ପିଶାଚ । ଜଣେ କି ଦୁଇ ଜଣ ନୁହେଁ, ୧୦ ରୁ ୧୫ ଜଣ ଗଣଦୁଷ୍କର୍ମ କରିଛନ୍ତି । କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀ ଏଭଳି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏକ ବନ୍ଦ ଘରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କବାଟ ଭାଙ୍ଗି ଅଗ୍ନିଶମ କର୍ମଚାରୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଗୁରୁତର ଯୁବତୀଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ଘର କୋଲକାତାରେ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.