ବିପର୍ଯ୍ୟୟ ପରିଚାଳନରେ ଫେଲ ମାରିଛନ୍ତି ସରକାର : ପିସିସି ସଭାପତି

ତିତ୍‌ଲି ବାତ୍ୟାରେ ସର୍ବାଧକ କ୍ଷତିଗ୍ରସ୍ତ ହୋଇଥିବା ଗଜପତି ଜିଲ୍ଲାର ବାରଘର ଗାଁ ଗତକାଲି ପରିଦର୍ଶନ କରିଥିଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ପାହାଡ଼ ଧସିବା ଫଳରେ ଏହି ଗାଁର ୧୮ ଜଣଙ୍କର ମୃତ୍ୟୁ ଘଟିଛି । ବିପର୍ଯ୍ୟୟ ପରିଚାଳନରେ ସରକାର ଫେଲ ମାରିଥିବା ସେ ଅଭିଯୋଗ କରିଛନ୍ତି । ଏଥିସହ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପାଖରେ ଦାବି ରଖିବେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.