କୋରାପୁଟର ଦଶହରାରେ ଲାଠି ଯାତ୍ରାର ରହିଛି ସ୍ୱତନ୍ତ୍ରତା, ବିଭିନ୍ନ କପଡ଼ା ଓ ଫୁଲରେ ସଜ୍ଜିତ ଏକ ବାଉଁଶ ଖଣ୍ଡ ହୁଏ ଗାଁର ପ୍ରତିନିଧି

କୋରାପୁଟ: କୋରାପୁଟ ଦଶହରାରେ ଭିନ୍ନ ପରମ୍ପରା । ଲାଠି ଯାତ୍ରାର ରହିଛି ସ୍ୱତନ୍ତ୍ରତା । ବିଭିନ୍ନ କପଡ଼ା ଓ ଫୁଲରେ ସଜ୍ଜିତ ଏକ ବାଉଁଶ ଖଣ୍ଡ ହୁଏ ଗାଁର ପ୍ରତିନିଧି । ତାହା ପୁଣି ଗାଁ ଠାକୁରାଣୀଙ୍କ ପ୍ରତିନିଧି । ଦଶହରା ପୂର୍ବରୁ ଏମିତି ଲାଠି ପ୍ରତିନିଧିଙ୍କ ସମାଗମ ହୁଏ କୋରାପୁଟ ଓ ଜୟପୁରରେ । ଏହି ଲାଠି ଧରନ୍ତି ଗାଁ ନାୟକ । ସାଥିରେ ଆସନ୍ତି ଗୁରୁ ମାଇଙ୍କ ସମେତ ଗାଁର ମହିଳା ଓ ପୁରୁଷ । ଢାମ୍ପ, ଢୋଲ, ନିଶାନ ଓ ମହୁରୀର ତାଳ ତାଳେ ପାରଂପରିକ ଆଦିବାସୀ ନୃତ୍ୟରେ ଲାଠି ଶୋଭାଯାତ୍ରା ଜୟପୁର ସହରରେ ପହଞ୍ଚେ । ଗାଁ ଠାକୁରାଣୀ ମନ୍ଦିରରେ ପୂଜା ପରେ ଏସବୁ ଲାଠି ପହଞ୍ଚିବା ପରେ ଐତିିହାସିକ ଜୟପୁର ଦଶହରା ଓ କୋରାପୁଟ ମନ୍ଦିରର ଦଶହରା ପୂଜା ଆରମ୍ଭ ହୁଏ । ଜୟପୁର ରାଜାଙ୍କ ସମୟରୁ ଆରମ୍ଭ ହୋଇଥିବା ଲାଠି ଯାତ୍ରା ପରଂପରା ଏବେବି ବଜାୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.