Below header

ପୁଣି କରଞ୍ଜିଆରୁ ମୋବାଇଲ ଟାଓ୍ଵାର ଫ୍ରଡ୍‌ ଅଭିଯୋଗ, କୁଲୁନ୍ଦି ଗାଁର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଠକେଇ

ମୟୂରଭଂଜ: ଓଡ଼ିଶାରୁ ଆସାମ । ଲମ୍ବିଛି ମୋବାଇଲ ଫୋନ ଟାୱାର ଠକେଇ ର‍୍ୟାକେଟ ଚେର । ପୁଣି ମୟୂରଭଂଜ ଜିଲ୍ଲା କରଞ୍ଜିଆରୁ ମୋବାଇଲ ଟାଓ୍ଵାର ଫ୍ରଡ୍‌ ଅଭିଯୋଗ । ଯଶୀପୁର କୁଲୁନ୍ଦି ଗାଁର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଠକେଇ ହୋଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ଅନୁଯାୟୀ, ଆସାମର ବିଶାଲ ବୋରୁହା ଦୁର୍ଯ୍ୟୋଧନଙ୍କୁ ଫୋନ୍‌ କରିଥିଲେ । ଜିଓ ମୋବାଇଲ୍‌ ଟାଓ୍ଵାର ବସାଇବା ପାଇଁ କହିଥିଲେ । ଟାଓ୍ଵାର ବସାଇବା ପାଇଁ ତାଙ୍କ ନାଁ ସିଲେକ୍ସନ ହୋଇଥିଲା । ପ୍ରଥମେ ଦୁର୍ଯ୍ୟୋଧନ ୭ ହଜାର ୭ଶହ ଟଙ୍କାର ଅନ୍‌ଲାଇନ୍‌ ଡିପୋଜିଟ୍‌ କରିଥିଲେ । ଏହା ପରେ ୧୫ ହଜାର ଟଙ୍କା କ୍ୟାସ୍‌ ଡିପୋଜିଟ୍‌ କରିଥିଲେ । ହେଲେ ବାରମ୍ବାର ଟଙ୍କା ମାଗିବାରୁ ଦୁର୍ଯ୍ୟୋଧନଙ୍କ ସନ୍ଦେହ ହୋଇଥିଲା । ଭରସା ଯୋଗାଇବା ପାଇଁ ବିଶାଲ ବୋରୁହା ତାଙ୍କ ପ୍ୟାନ୍‌ କାର୍ଡ ଓ ଆଧାର କାର୍ଡ ଦେଇଥିଲେ । ଏହା ସବୁ ଜାଲ୍‌ ଥିଲା । ଟଙ୍କା ଲୁଟିବା ପାଇଁ ଜାଲ୍‌ ପାନ୍‌ ଓ ଆଧାର କାର୍ଡ ସହ ଟାଓ୍ଵାର ବସାଇବା ପାଇଁ ଜିଓ ରସିଦ୍‌ ମଧ୍ୟ ଜାଲ୍‌ କରୁଛନ୍ତି ଲୁଟେରା । ଏହି ଖବର ଜାଣିବା ପରେ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦୁର୍ଯ୍ୟୋଧନ। ମୋବାଇଲ ଟାୱାର ଫ୍ରଡ ମାମଲା ଖୋଳତାଡ଼ରୁ ବଡ଼ ଧରଣର ଜାଲ ନୋଟ ର‍୍ୟାକେଟର ପର୍ଦ୍ଦାଫାସ କରିଛି ମୟୂରଭଞ୍ଜ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.