Below header

ଜଳେଶ୍ୱର ବ୍ଲକ୍‌ର ତରିବତପୁର ପ୍ରାଥମିକ ସ୍କୁଲରେ ଅବ୍ୟବସ୍ଥା, ବିପଦଜନକ ଅବସ୍ଥାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ବାଲେଶ୍ୱର: କେଉଁଠି କାନ୍ଥ ଫାଟି ଆଁ କରିଛି । ଆଉ କେଉଁଠି ଛାତରୁ ଖସୁଛି ପ୍ଲାଷ୍ଟର । ଦେଖିଲେ ଲାଗୁଛି କୌଣସି ବି ମୁହୁର୍ତ୍ତରେ ଭୁଶୁଡି ପଡିବ ଘର । ବିପଦଜ୍ଜନକ ଅବସ୍ଥାରେ ଚାଲିଛି ପାଠପଢା । ଏ ହେଉଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ତରିବତପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର । ୧୯୬୫ରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଯାଏ ମୋଟ ୫୦ ଜଣ ଛାତ୍ରଛାତ୍ରୀ ପାଠ ପଢନ୍ତି । ହେଲେ ବସିବା ପାଇଁ ନାହିଁ ଜାଗା । କୋଠରୀ ଭିତରେ ପ୍ରଥମ, ଦ୍ୱିତୀୟ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ବସୁଥିବା ବେଳେ ବାରଣ୍ଡାରେ ଚାଲିଛି ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ । ବର୍ଷେ କି ଦୁଇ ବର୍ଷ ନୁହେଁ , ଏ ସମସ୍ୟା ହେଉଛି ଦୀର୍ଘ ବର୍ଷର । ଶିକ୍ଷା ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ବିଭିନ୍ନ ସମୟରେ ସ୍କୁଲକୁ ପରିଦର୍ଶନରେ ଆସୁଥିଲେ ମଧ୍ୟ କାହାକୁ ଏ ସମସ୍ୟା ଦେଖା ଯାଉନାହିଁ । ଏପରିକି ଗ୍ରାମବାସୀ ଏନେଇ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଏଯାଏ କୌଣସି ଫଳ ମିଳିନାହିଁ ।

schoolଅନ୍ୟପଟେ ଆବଶ୍ୟକୀୟ କ୍ଲାସ୍‌ ରୁମ୍‌ ନଥିବାରୁ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଅସୁବିଧା ହେଉଛି । ବର୍ଷା ହେଲେ ବାରଣ୍ଡାରେ ବସୁଥିବା ପିଲାମାନେ ଓଦା ହୋଇ ଯାଉଛନ୍ତି । ଯାହା ଫଳରେ ପିଲାଙ୍କୁ ସ୍କୁଲ ପଠାଇବାକୁ ରାଜିହେଉନାହାନ୍ତି ଅଭିଭାବକ । ସେପଟେ ଏନେଇ ପଚରାଯିବାରୁ ଖୁବ୍‌ ଶୀଘ୍ର ନୂଆ ଶ୍ରେଣୀଗୃହ ନିର୍ମାଣ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଳେଶ୍ୱର ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.