ଆତ୍ମହତ୍ୟା କଲେ ସମ୍ମୋହିନୀ ସିଙ୍ଗର କୁଲଦୀପ ପଟ୍ଟନାୟକଙ୍କ ବାପା

ଲୋକପ୍ରିୟ ସିଙ୍ଗର କୁଲଦୀପ ପଟ୍ଟନାୟକଙ୍କ ବାପାଙ୍କ ଆତ୍ମହତ୍ୟା। ଗତକାଲି ରାତିରେ ସେ ଆତ୍ମହତ୍ୟା କରିଥିବା ସୂଚନା। ତେବେ ଆତ୍ମହତ୍ୟାର କାରଣ କଣ ଏବଂ କାହିଁକି ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପକୁ ଆପଣେଇ ଜୀବନକୁ ଶେଷ କରିଦେବାକୁ ଚାହିଁଲେ ତାହା ବର୍ତ୍ତମାନ ଜଣାପଡିନାହିଁ। ତାଙ୍କ ବାପା କବି ନିମାଇଁ ପଟ୍ଟନାୟକ ଜଣେ ଜଣାଶୁଣା ଆଇନଜୀବି ଥିଲେ। ତେବେ ଏହାକୁ ନେଇ କୁଲଦୀପଙ୍କ ପରିବାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗତ କିଛି ଦିନ ତଳେ ହିଁ ଓଡିଶାର ବେଶ୍‌ ପପୁଲାର ସିଙ୍ଗର କୁଲଦୀପ ପଟ୍ଟନାୟକ ନିଜ ବାନ୍ଧବୀ ତଥା ସିଙ୍ଗର ଇପ୍ସିିତା ପଣ୍ଡାଙ୍କୁ ବାହା ହୋଇଥିଲେ। କିନ୍ତୁ ପୁଅ ବାହାଘରର ଏତେ କମ୍‌ ଦିନ ମଧ୍ୟରେ ସିଙ୍ଗରଙ୍କ ବାପାଙ୍କର ଏଭଳି ଆତ୍ମହତ୍ୟା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.