ବେଦାନ୍ତ କାରଖାନା ପରିସରରେ ଖଣ୍ଡଯୁଦ୍ଧ, ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି : ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନା ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ । ସୁରକ୍ଷାକର୍ମୀଙ୍କ ଲାଠି ମାଡ଼ରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ନାଁ ଦାନି ବାତ୍ରା । ଏଥିରେ ଶତାଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ଶ୍ରମିକଙ୍କ ମୃତଦେହକୁ ବେଦାନ୍ତ ଗେଟ୍‌ ସମ୍ମୁଖରେ ରଖି ପ୍ରତିବାଦ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ପୋଲିସ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି । କଳାହାଣ୍ଡି ଏସ୍‌ପି, ଏସଡିପିଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଛନ୍ତି ।

vedanta agitationଆଜି ସକାଳେ ବେଦାନ୍ତ ପରିସରରେ ଥିବା DAV ସ୍କୁଲରେ ବିସ୍ଥାପିତ ପିଲାଙ୍କ ଆଡମିଶନ୍‌ କରାଇବାକୁ ଦାବି କରି ପ୍ରତିବାଦ କରାଯାଇଥିଲା । ଏହି ସମୟରେ OISF ଗାଡ଼ି ପ୍ଲାଣ୍ଟ ଭିତରକୁ ଯିବା ବେଳେ ଆନ୍ଦୋଳନକାରୀ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଏହାପରେ ଆନ୍ଦୋଳନକାରୀ ମାନେ ବହୁ ସଂଖ୍ୟାରେ ଗଡ଼ା ଭଙ୍ଗାରୁଜା କରିବା ସହ ବେଦାନ୍ତ ଅଫିସରେ ନିଆଁ ଲଗାଇଦେଇଥିଲେ । ଘଟଣା ପରଠୁ ପରିସ୍ଥିତି ଏବେବି ଅଣାୟତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.