ଯାଇଥିଲେ ପେଟ ପୋଷିବାକୁ ହେଲେ ହରାଇ ବସିଲେ ଗୋଡ, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ନୂଆପଡା (କେନ୍ୟୁଜ୍) : କାମଧନ୍ଧା ଅନ୍ବେଷଣରେ ଯାଉଥିବା ବେଳେ ରାସ୍ତାରେ ଅକର୍ମଣ୍ୟ ହୋଇଗଲେ ଜଣେ ଶ୍ରମିକ। ନୂଆପଡା ଖଡିଆଳ ବ୍ଳକ ଖଇରପଦର ଗାଁର ଚରଣ ମାଝି । ଗତ ମାସ ୧୬ତାରିଖରେ ସେ କାମ ଅନେ୍ଵଷଣରେ ଗୁଜୁରାଟ ଗାନ୍ଧିଧାମ ଅଞ୍ଚଳକୁ ଟ୍ରେନରେ ଯାଉଥିଲେ । ଅଧା ରାସ୍ତାରେ ଟ୍ରେନଟି ଅଟକିବା ପରେ ଚରଣ ପାଣି ଆଣିବାକୁ ଯାଇଥିଲେ । ହଠାତ ଟ୍ରେନଟି ଷ୍ଟେସନ ଛାଡିବା ବେଳେ ଚରଣ ଟ୍ରେନ ଉପରକୁ ଚଢୁଥିଲେ ।

ସେହି ସମୟରେ ଚରଣଙ୍କ ଗୋଡ ଖସି ଯାଇଥିଲା । ଫଳରେ ତାଙ୍କ ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବାମ ଗୋଡ ପାଦରେ ଗଭୀର କ୍ଷତ ହୋଇଛି । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ଚରଣଙ୍କ ପାଖରେ କିନ୍ତୁ ଟଙ୍କାଟିଏ ବି ନାହିଁ । ଏନେଇ ଚରଣ ଓ ତାଙ୍କ ପରିବାର ଲୋକେ ହତାଶ ହୋଇ ପଡିଛନ୍ତି।

ଚିକିତ୍ସା ଅଭାବରୁ ଦିନକୁ ଦିନ ଚରଣଙ୍କ ଅବସ୍ଥା ଶୋଚନୀୟ ହୋଇ ପଡୁଛି । ଚରଣଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଖଇରପଦର ଗ୍ରାମବାସୀ । ଅନ୍ୟପଟେ ଖଡିଆଳ ବ୍ଳକ ସାମାଜିକ କଲ୍ୟାଣ ସଂପ୍ରସାରଣ ଅଧିକାରୀ ସରକାରଙ୍କ ନିୟମ ମୁତାବକ ଚରଣଙ୍କୁ ସରକାରୀ

Leave A Reply

Your email address will not be published.