କେନ୍ଦୁଝର : ଦେଓଝର ସ୍ଥିତ ଜିନ୍ଦଲ କାରଖାନାରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ପ୍ଲାଣ୍ଟ ଭିତରେ ଏକ କ୍ରେନ୍ ତଳେ କାମ କରୁଥିବା ବେଳେ ଭାଗଲପୁର ଗ୍ରାମର ସୁମନ ନାୟକ ଚାପି ହୋଇ ଯାଇଥିଲେ। ତାଙ୍କୁ ସଂଗେ ସଂଗେ ଚମ୍ପୁଆ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।