ଯଦି ଚାହିଁବି ମାତ୍ର ଗୋଟିଏ ମିନିଟରେ ହୋଇପାରିବି ମୁଖ୍ୟମନ୍ତ୍ରୀ : ହେମା ମାଳିନୀ

ଯଦି ଚାହିଁବେ ମାତ୍ର ଗୋଟିଏ ମିନିଟ୍ ଭିତରେ ମୁଖ୍ୟମନ୍ତ୍ରୀ ହୋଇ ପାରିବେ। ଏପରି ମନ୍ତବ୍ୟ ଦେଇଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ। ରାଜସ୍ଥାନ ବାଂସୱାଡା ଗସ୍ତ ସମୟରେ ସାମ୍ବାଦିକଙ୍କ ପ୍ରଶ୍ନ ଥିଲା, ସୁଯୋଗ ମିଳିଲେ ମୁଖ୍ୟମନ୍ତ୍ରୀ ହେବାକୁ ପସନ୍ଦ କରିବେ କି? ଏଥିରେ ହେମା ମାଳିନୀଙ୍କ ଉତ୍ତର ଥିଲା ସେ ଚାହିଁଲେ ଗୋଟିଏ ମିନିଟରେ ମୁଖ୍ୟମନ୍ତ୍ରୀ ହୋଇ ପାରିବେ। କିନ୍ତୁ କୌଣସି ବନ୍ଧନରେ ବାନ୍ଧି ହେବାକୁ ପସନ୍ଦ କରୁ ନାହାଁନ୍ତି। ଏଥିରେ ତାଙ୍କ ସ୍ୱାଧୀନତାରେ ଆଞ୍ଚ ଆସିବ। ତେଣୁ ମୁଖ୍ୟମନ୍ତ୍ରୀ ପଦ ନେଇ ସେ ଆଗ୍ରହୀ ନୁହଁନ୍ତି। ବର୍ତ୍ତମାନ ହେମା ମାଳିନୀ ଉତ୍ତରପ୍ରଦେଶ ମଥୁରାରୁ ବିଜେପି ସାଂସଦ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.