ଢେଙ୍କାନାଳ : ବିଦ୍ୟୁତ ଆଘାତରେ ଶ୍ରମିକ ମୃତ

ଢେଙ୍କାନାଳ : ବିଦ୍ୟୁତ ଆଘାତରେ ଶ୍ରମିକ ମୃତ। ଢେଙ୍କାନାଳ ତୁମୁସିଂହାର ଗଜବୁରୀରେ ଘର ନିର୍ମାଣ ବେଳେ ଅଘଟଣ। ଏକ ମେଡିକାଲ ଘର ନିର୍ମାଣ ବେଳେ ଟ୍ରାକ୍ଟର ସାହାଯ୍ୟରେ ରଡ ଭାଙ୍ଗୁଥିବା ବେଳେ ହଠାତ ବିଦ୍ୟୁତ ଚାର୍ଜ ହୋଇଯାଇଥିଲା। ଏଥିରେ ଜଣେ ଶ୍ରମିକ ମୃତ୍ୟୁବରଣ କରିଥିବା ବେଳେ ଆଉ ୨ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଢେଙ୍କାନାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଶ୍ରମିକଙ୍କ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଆଲୁଅଝରଣ- ଭାଲୁମୁଣ୍ଡା ରାସ୍ତାରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି।