Below header

କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ପତ୍ରିକା ହାଟ : ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ ପ୍ରଦାନ କରାଗଲା ନୀଳିମାରାଣୀ ସାହିତ୍ୟ ସମ୍ମାନ ୨୦୧୯

ଭୁବନେଶ୍ବର (କେନ୍ଯୁଜ୍) : ଉଦଘାଟିତ ହୋଇଛି ସାହିତ୍ୟର ମହାମଞ୍ଚ କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ ପତ୍ରିକା ହାଟ । ସର୍ବଭାରତୀୟ ସ୍ତରରେ ପ୍ରଦାନ କରାଯାଇଛି ନୀଳିମାରାଣୀ ସାହିତ୍ୟ ସମ୍ମାନ ୨୦୧୯ । ଏଥିରେ ବହୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଓ ସେଲିବ୍ରିଟି ଯୋଗଦାନ ଦେଇଛନ୍ତି।.

kadambini

ସାହିତ୍ୟିକ, କବି, ବୁଦ୍ଧିଜୀବୀ, ସେଲିବ୍ରିଟି ସମସ୍ତେ ଏକାଠି । ଉଦଘାଟିତ ହୋଇଛି କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟ । କେନ୍ଦ୍ର ସାହିତ୍ୟ ଏକାଡେମୀ ସଚିବ ଡ. କେ ଶ୍ରୀନିବାସ ରାଓ ମହୋତ୍ସବକୁ ଉଦଘାଟିତ କରିଛନ୍ତି। ଭାରତୀୟ ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ  ବିଶିଷ୍ଟ ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କୁ ପ୍ରଦାନ କରାଯାଇଛି ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୧୯।

kadambini

ପୁରସ୍କାର ସ୍ୱରୂପ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ରୌପ୍ୟସନନ୍ଦ, ଉପଢୌକନ, ସ୍ୱର୍ଣ୍ଣପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହା ତାଙ୍କ ପାଇଁ ଏକ ସମ୍ମାନଜନକ ପୁରସ୍କାର ବୋଲି ମନୋଜ ଦାସ କହିଛନ୍ତି । ତାଙ୍କ ପାଇଁ ଏହା ଆଶୀର୍ବାଦ ବୋଲି ସେ କହିଛନ୍ତି। ଅକ୍ଷୟ ବେହେରାଙ୍କୁ ମଧ୍ୟ କାଦମ୍ବିନୀ ସମ୍ପାଦକ ସମ୍ମାନ ୨୦୧୯ ପ୍ରଦାନ କରାଯାଇଛି । ଉଭୟ ବିଜେତା କାଦମ୍ବିନୀ ପ୍ରତିଷ୍ଠାତାଙ୍କ ଧନ୍ୟବାଦ ଜଣାଇଛନ୍ତି।

kadambini

ପତ୍ରିକା ହାଟରେ ମଧ୍ୟ ବହୁ ଷ୍ଟଲର ସମ୍ଭାର ଜମିଥିଲା। ସାରା ରାଜ୍ୟରେ ଏଭଳି ଏକ ପତ୍ରିକା ହାଟର ସରଂଚନା ବିରଳ ବୋଲି କହିଥିଲେ ଯୋଗ ଦେଇଥିବା ଅତିଥିଗଣ। କୃଷ୍ଣ ସିଂ, ଇନ୍ଦୁଲତା ମହାନ୍ତି, ସଂକର୍ଷଣ ପ୍ରତିହାରୀ ଓ ସୁବିଦ୍ୟା ଦେବୀଙ୍କୁ ସାହିତ୍ୟ ସମ୍ବର୍ଦ୍ଧନା ୨୦୧୯ରେ ସମ୍ମାନିତ କରାଯାଇଛି। ଏହି କାର‌୍ୟ୍ୟକ୍ରମରେ ସଭାପତିତ୍ୱ କରିଥିଲେ ବିଶିଷ୍ଠ କଥାକାର ପ୍ରଫେସର ଶାନ୍ତୁନ କୁମାର ଆଚାର‌୍ୟ୍ୟ।

kadambini

କିଟ ଓ କିସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ , କେନ୍ଦ୍ର ସାହିତ୍ୟ ଏକାଡେମୀର ସେକ୍ରେଟାରୀ ଡ.ଶ୍ରୀନିବସ ରାଓଙ୍କ ସହ କାଦମ୍ବିନୀ ସଂପାଦିକା ଡ.ଇତି ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କୁନିକଥା ଜାନୁୟାରୀ ୨୦୧୯ର ସ୍ୱତନ୍ତ୍ର ସଂଖ୍ୟାର ମଧ୍ୟ ଉନ୍ମୋଚନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.