ଶେଷ ଟେଷ୍ଟର ଅନ୍ତିମ ଦିନରେ ଭାରତ, ଜିତିଲେ ରଚିବ ଇତିହାସ

ନୂଆଦିଲ୍ଲୀ (କେନ୍ଯୁଜ୍) : ଶେଷ ଟେଷ୍ଟର ଅନ୍ତିମ ଦିନରେ ଜିତିପାରିଲେ ଇତିହାସ ରଚିବ ଭାରତ। ବିଜୟ ଲାଭ କରି ନପାରିଲେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ହାତେଇବ ଭାରତ। ଶେଷ ଥର ଭାରତ ମାଟିରେ ଏହି ଟ୍ରଫି ହାସଲ କରିଥିଲା ଟିମ୍ ଇଣ୍ଡିଆ। ତେବେ ଏହା ସହ ଅନେକ ରେକର୍ଡର ଅଧିକାରୀ ହେବ। ୧୯୭୭-୭୮ ପରେ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟ ସିରିଜରେ ୨ଟି ବିଜୟ ଲାଭ କରିବାର ରେକର୍ଡ କରିବ।
ଏହା ବିଦେଶ ମାଟିରେ ଗୋଟିଏ ବର୍ଷରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ସହ ସମାନ ସ୍ଥିତିରେ ରହିବ। ପୂର୍ବରୁ ୨୦୦୪ ଓ ୨୦୧୦ରେ ସର୍ବାଧିକ ୪ଟି ଟେଷ୍ଟ ଜିତିଛି ଭାରତ। ଭାରତୀୟ ଅଧିନାୟକ ଭାବେ ବିରାଟ କୋହଲି ବିଦେଶରେ ୧୧ଟି ଟେଷ୍ଟ ମ୍ୟାଚ ଜିତି ସୌରଭ ଗାଙ୍ଗୁଲିଙ୍କ ସହ ରେକର୍ଡ ବରାବର କରିବେ। ସେହିପରି ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ତାର ତୃତୀୟ ଟେଷ୍ଟ ମ୍ୟାଚ ଜିତିବ।