କେନ୍ଦ୍ରାପଡା : ପଡୋଶୀର ଭୁଜାଲି ଆକ୍ରମଣରେ ପଡୋଶୀ ଗୁରୁତର । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକ୍ ନିମପୁର ଗାଁର ଘଟଣା। ଗାଁର କୁମର ମଳିକ ଓ ମହେଶ୍ୱର ମଳିକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ କୁମର ନିମପୁର ଛକକୁ ଯାଇଥିବାବେଳେ, ସେଠାରେ ମହେଶ୍ୱରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ମହେଶ୍ୱର ଉତ୍ୟକ୍ତ ହୋଇ କୁମରଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ଗାଡିରେ ନିଆଁ ଲଗାଇଦେଇଥିଲେ। ଫଳରେ ପାଖରେ ଥିବା ଏକ ଦୋକାନରେ ମଧ୍ୟ ନିଆଁ ଲାଗିଯାଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।