ନୟାଗଡ଼(କେନ୍ୟୁଜ୍) : ଦଲାଲି ନାଁରେ ଲୋକଙ୍କୁ ଠକୁଥିବା ମହିଳା ଗିରଫ। ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଲାଲି କରୁଥିବା ମହିଳାଙ୍କୁ ଗିରଫ କରିଛି ପୋଲିସ। ଇଟାମାଟି ଥାନା ବାଲିକୁଦିଆ ଗାଁର ବାସନ୍ତୀ ଘଡ଼େଇ ନାମକ ମହିଳା ଦୀର୍ଘଦିନ ଧରି ଜିଲ୍ଲାପାଳଙ୍କ ଅଫିସ ଭିତରେ ବୁଲିବୁଲି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଆସୁଥିଲା। ବିଭିନ୍ନ କାମ କରାଇଦେବାକୁ ତାଙ୍କ କଥାରେ ପ୍ରଭାବିତ ହୋଇ ଗ୍ରାମାଞ୍ଚଳରୁ ଆସୁଥିବା ଲୋକମାନେ ଟଙ୍କା ଦେଉଥିଲେ। ମୋକୁଡ଼ିଆ, ଭତ୍ତା, ରାସନ କାର୍ଡ ଓ କାଜୁ ଲୋନ ଆଦି କରାଇ ଦେବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଲୁଟିବା ପରେ ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ବାସନ୍ତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।