ପ୍ରଥମ ଥର ପାଇଁ ଫିଲ୍ମ ‘ଫ୍ରୋଜେନ-୨’ରେ ଏକାଠି ନଜର ଆସିବେ ପ୍ରିୟଙ୍କାଙ୍କ ସହ ପରିଣୀତି ଚୋପ୍ରା

ବଲିଉଡ୍‌ର ହଟ୍‌ ଆକ୍ଟ୍ରେସ୍‌ ପ୍ରିୟଙ୍କା ଚୋପ୍ରା ଏବଂ ପରିଣୀତି ଚୋପ୍ରା ବହୁତ ଜଲଦି ହଲିଉଡ୍‌ ଫିଲ୍ମ ‘ଫ୍ରୋଜେନ-୨’ ରେ ଅଭିନୟ କରିବାର ନଜର ଆସିବେ। ଆଜ୍ଞା ହଁ ଏହି ଦୁଇ ଜର ଅଭିନେତ୍ରୀ ଫ୍ରୋଜନ-୨ ର ହିନ୍ଦୀ ଭର୍ସନରେ କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ସମ୍ପର୍କରେ ପ୍ରିୟଙ୍କା ନିଜେ ତାଙ୍କର ଇଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି। ରିପୋର୍ଟ ଅନୁଯାୟୀ ପରିଣୀତି ଫିଲ୍ମରେ ଆନାଙ୍କ ପାଇଁ ଭଏସ୍‌ ଦେଉଥିବା ବେଳେ ପ୍ରିୟଙ୍କା ଏଲ୍ସାଙ୍କ ପାଇଁ ଭଏସ୍‌ ଦେଉଛନ୍ତି।

ପ୍ରିୟଙ୍କାଙ୍କ କହିବା ଅନୁଯାୟୀ, ‘‘ ମୁଁ ମଜବୁତ୍‌ ବିଚାର କରୁଥିବା ଏଲ୍ସା ଚରିତ୍ରରେ ଅଭିନୟ କରିବା ପାଇଁ ଖୁସି ଅନୁଭବ କରୁଛି। ଏହି ଫିଲ୍ମରେ ଭଏସ୍‌ ଦେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିସହ ପ୍ରିୟଙ୍କା କହିଛନ୍ତି ଆନା ଚରିତ୍ରରେ ମଧ୍ୟ ପରିଣୀତି ଭଏସ୍‌ ଦେବା କଥା ଶୁଣିବା ପରେ ମୋର ଖୁସି ଆହୁରି ବଢି ଯାଇଛି। ଆମେ ଦୁଇ ଜଣ କେବେ ବି ଏକାଠି କାମ କରିନୁ। ଏହି ଅନୁଭବ ମୋ ସହ ସାରା ଜୀବନ ଯୋଡି ହୋଇ ରହିବ। ’’

https://www.instagram.com/p/B3v2gu4JvyO/?utm_source=ig_web_copy_link

ଏହାସହ ପଢନ୍ତୁ: କରଓ୍ଵା ଚୌଥରେ ଅନୁଷ୍କାଙ୍କ ସହ ବିରାଟ ମଧ୍ୟ ରଖିଲେ ବ୍ରତ, ସୋସିଆଲ ମିଡଆରେ ସେୟାର କଲେ ଫଟୋ

ଅନ୍ୟପଟେ ପରିଣୀତି କହିଛନ୍ତି, ‘‘ଫ୍ରୋଜେନ-୨ ସର୍ବଦା ମୋ ପସନ୍ଦର ଫିଲ୍ମ ଏବଂ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ କାମ କରିବା ବହୁତ ଭଲ ସୁଯୋଗ ବୋଲି କହିଛନ୍ତି ପରିଣୀତି। ରିପୋର୍ଟ ଅନୁଯାୟୀ ଏହି ଫିଲ୍ମ ଆଗାମୀ ୨୨ ନଭେମ୍ବରରେ ରିଲିଜ୍‌ ହେବ।