କଟକ: ବରଡ଼ାଳିଆ ଠାକୁରାଣୀ ରାସ୍ତାରେ ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର

କଟକ(କେନ୍ୟୁଜ୍): ଯୁବକଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର। କଟକ ଜିଲ୍ଲା ବୈଦେଶ୍ୱର ଥାନାର ବରଡ଼ାଳିଆ ଠାକୁରାଣୀ ରାସ୍ତାରେ ଘଟିଛି ଗୁଳିମାଡ଼। ପୂର୍ବ ଶତ୍ରୁତା କାରଣରୁ ଗତ ରାତିରେ ଗୁଳିମାଡ଼ ଘଟିଛି। ଯୁବକ ଜଣକ ମଣିପୁର ଗାଁର ହୋଇଥିବା ବେଳେ ତାଙ୍କୁ ଘରୁ ଡ଼ାକି ଆଣି କିମ୍ବା ବାଟରେ ଜଗି ଗୁଳିମାଡ଼ କରାଯାଇଛି ତାହା ଜଣାପଡ଼ିନାହିଁ। ପୋଲିସ ଗୁରୁତର ଯୁବକଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଥମେ କଳାପଥର ଡାକ୍ତରଖାନା ଓ ପରେ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।