ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ ହୋଇପାରନ୍ତି ସୁପ୍ରିମ କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ସୁପ୍ରିମ କୋର୍ଟର ବରିଷ୍ଠ ଜର୍ଜ ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ ହୋଇପାରନ୍ତି  ସୁପ୍ରିମ କୋର୍ଟର ଆଗାମୀ ମୁଖ୍ୟ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଜଷ୍ଟିସ ବୋବଡ଼େଙ୍କ ନାମ ସୁପାରିଶ କରିଛନ୍ତି । ୨୦୧୩ ମସିହାରେ ସେ ସୁପ୍ରିମ କୋର୍ଟର ବିଚାରପତି ହୋଇଥିଲେ । ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକରେ ସେ ଅଧ୍ୟକ୍ଷତା କରି ରାୟ ଶୁଣାଇଛନ୍ତି । ଆଧାର କାର୍ଡ ନଥିଲେ ମଧ୍ୟ କୌଣସି ଭାରତୀୟ ନାଗରିକ କୌଣସି ସରକାରୀ ସୁବିଧା ବା ସବ୍ସିଡି ପାଇବାରୁ ବଞ୍ଚିତ ହୋଇପାରିବେ ନାହିଁ  ଭଳି ଗୁରୁତ୍ୱପୁର୍ଣ ମାମଲାରେ ସେ ରାୟ ଶୁଣାଇଥିଲେ ।

ଜଷ୍ଟିସ ବୋବଡ଼େ ପୂର୍ବତନ ମୁଖ୍ୟ ବିଚାରପତି ଟି.ଏସ. ଠାକୁର ଓ ଏକେ ସିକ୍ରିଙ୍କ ସହ ସବୁ ପ୍ରକାର ପଟ ଗୁଡିକର ବିକ୍ରି ଓ ସ୍ଟ୍ରେକିଙ୍ଗ ଉପରେ ପ୍ରତିବନ୍ଧ ଲଗାଇବା ଆଦେଶକୁ ପାରିତ କରିଥିଲେ । ନିଜର ଏକ ଫଇସଲାରେ ଡାଉନ ସିଣ୍ଡ୍ରୋମ ଦ୍ୱାରା ପୀଡିତ ମହିଳାଙ୍କ ଗର୍ଭସ୍ଥ ଭୃଣକୁ ନଷ୍ଟ କରିବା ନେଇ କରାଯାଇଥିବା ଏକ ଅପିଲକୁ ମଧ୍ୟ ଖାରଜ କରିଥିଲେ  । ଅଯୋଧ୍ୟା ଜମି ବିବାଦରେ ବି ସେ ସୁପ୍ରିମ କୋର୍ଟର ପାଞ୍ଚ ବରିଷ୍ଠ ଜର୍ଜ ମାନଙ୍କ ଭିତରେ ସାମିଲ ଅଛନ୍ତି ।

ଏହା ସହ ପଢନ୍ତୁ: ବାହାଘରର ୩୫ ବର୍ଷ ପରେ ପାକିସ୍ତାନ ମହିଳା ପାଇଲେ ଭାରତ ନାଗରିକର ପରିଚୟ

ଜଷ୍ଟିସ ବୋବଡ଼େଙ୍କ ଜନ୍ମ ୧୯୫୬ ମସିହା ଏପ୍ରିଲ ମାସ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁର ଠାରେ ହୋଇଥିଲା । ସେ ନାଗପୁର ବିଶ୍ୱ ବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ । ୧୯୭୮ ମସିହାରେ ସେ ମହାରାଷ୍ଟ୍ର ବାର କାଉନ୍ସିଲର ସଦସ୍ୟ ହୋଇଥିଲେ । ୨୦୦୦ ମସିହାରେ ସେ ବମ୍ବେ ହାଇକୋର୍ଟର ଆଡିସନାଲ ଜର୍ଜର ପଦଭାର ଗ୍ରହଣ କରିଥିଲେ । ପରେ ସେ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାର ଗ୍ରହଣ କରିଥିଲେ । ୨୦୨୧ ମସିହା ଏପ୍ରିଲ ୨୩ ତାରିଖରେ ସେ ଅବସର ଗ୍ରହଣ କରିବେ ।

Leave A Reply

Your email address will not be published.