Below header

ରାଜଧାନୀରେ କଙ୍ଗାରୁ କୋର୍ଟ, ବସ୍ତିର ଲେଡି ଡନ୍‌ ଗିରଫ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ କଙ୍ଗାରୁ କୋର୍ଟ। ବସ୍ତିରେ ଲେଡି ଡନ୍‌ଙ୍କ ଗୁଣ୍ଡାଗିରି। ୨ଯୁବକଙ୍କୁ ବାନ୍ଧି ରାସ୍ତାରେ ଚଳାଉଥିଲେ ଲେଡି ଡନ୍‌।   ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଏୟାରଫିଲ୍ଡ ଥାନା ଆଜାଦନଗର ଅଭିରାମ ବସ୍ତିର ବୋଲି ସୂଚନା ମିଳିଛି। ଯୁବକଙ୍କ ହାତକୁ ବାନ୍ଧି ବିଚ୍‌ ରାସ୍ତାରେ ଟାଣି ଟାଣି ନେଉଥିବାର ଭିଜୁଆଲରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କୁ ପୋଲିସ ଅଟକାଉଛି, କିନ୍ତୁ ପୋଲିସକୁ ମୁହଁତୋଡ ଜବାବ ଦେଉଛନ୍ତି ମହିଳା ଜଣକ ।

ଭିଡିଓରେ ଦେଖାଯାଉଥିବା ମହିଳା ଜଣଙ୍କ ବନୋ ଓରଫ ଆସମା ବିବି।ଅଭିରାମ ବସ୍ତିରେ ଦୀର୍ଘଦିନ ଧରି ଚଳାଇଥିଲେ ଆତଙ୍କ। ଯିଏ ମୁହଁ ଖୋଲିବ କଙ୍ଗାରୁ କୋର୍ଟରେ ଦଣ୍ଡ ମିଳିବ।ପୋଲିସକୁ ଖବର ଦେଲେ ବିଚ୍‌ ରାସ୍ତାରେ ଉଠବସ କରାଉଥିଲା ଆସମା। ଛେଳି ଚୋର ଅଭିଯୋଗରେ ଦୁଇ ଯୁବକକୁ ବିଚ ରାସ୍ତାରେ ଦଣ୍ଡ ଦେଉଥିବା ବେଳେ ପିସିଆର ପହଞ୍ଚିଥିଲା। ପିସିଆର ଷ୍ଟାଫ୍‌ଙ୍କୁ ଅସଭ୍ୟ ଭାଷାରେ କରିଥିଲା ଗାଳି ଗୁଲଜ।

ଆଇନକୁ ହାତକୁ ନେବା ଓ କଙ୍ଗାରୁ କୋର୍ଟ ଚଳାଇବା ଅଭିଯୋଗରେ ଆସମୀକୁ ବାନ୍ଧିିଛି ଏୟାରଫିଲ୍ଡ ଥାନା ପୋଲିସ। ହେଲେ ତଦନ୍ତ ବେଳେ ସାମ୍ନାକୁ ଆସିଛି ସାଙ୍ଘାତିକ ତଥ୍ୟ। ବସ୍ତିରେ ଆସମା କରୁଥିଲା ଡ୍ରଗ୍ସ କାରବାର। ଦେଶୀ ମଦ ବି ବିକୁଥିଲା। ତେବେ ପ୍ରଶ୍ନ ଉଠୁଛି, ଦୀର୍ଘଦିନ ହେବ ଆସମା ଏଭଳି କାରବାରରେ ଲିପ୍ତ ଥିଲେ ବି ପୋଲିସ ପାଖରେ କିଭଳି ଖବର ନଥିଲା? କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନରେ ଅଭିରାମ ବସ୍ତିକୁ ଯାଇନଥିଲା କି ପୋଲିସ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.