Below header

ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ, ଦ୍ୱିତୀୟ ଦିନରେ ବାହାର ପାଶ୍ୱର୍ କାନ୍ଥର କରାଯାଉଛି ଅନୁଧ୍ୟାନ

ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଦ୍ବିତୀୟ ଦିନରେ ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି। ଅମୁହାଁ ମନ୍ଦିରର ଉପରି ଭାଗ ଓ ଉତ୍ତର ପାର୍ଶ୍ଵ କୁ ସ୍କାନ କରାଯିବ । ଏଥିସହ ବିଭିନ୍ନ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ସ୍କାନିଂ ପ୍ରକ୍ରିୟା ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ASI ସୁପରିଟେଣ୍ଡେଣ୍ଟ ।

ପୁରୀ (କେନ୍ୟୁଜ): ଆଜି ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଦ୍ବିତୀୟ ଦିନରେ ବାହାର କାନ୍ଥର ଲେଜର ସ୍କାନିଂ କରାଯାଉଛି। ଅମୁହାଁ ମନ୍ଦିରର ଉପରି ଭାଗ ଓ ଉତ୍ତର ପାର୍ଶ୍ଵ କୁ ସ୍କାନ କରାଯିବ । ଏଥିସହ ବିଭିନ୍ନ ପାର୍ଶ୍ଵ ଦେବା ଦେବୀ ମନ୍ଦିରର ସ୍କାନିଂ ପ୍ରକ୍ରିୟା ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ASI ସୁପରିଟେଣ୍ଡେଣ୍ଟ । ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି।

ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ । ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ। ରିପୋର୍ଟ ଆଧାରରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏଏସଆଇ ସୁପରିଟେଡେଣ୍ଟ ଦେବାଶିଷ ଗଡନାୟକଙ୍କ ନେତୃତ୍ବରେ ଟେକ୍ନିକାଲ ଟିମ୍ ଲେଜର ସ୍କାନିଂ କରୁଛନ୍ତି । ଏହି ଟିମରେ ଫଟୋଗ୍ରାଫିକ ସଦସ୍ୟ ଓ ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ ନିୟୋଜିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.