ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ଲଘୁଚାପ, ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ SRCଙ୍କ ଚିଠି

ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିବାବେଳେ ସତର୍କ କରାଇଛନ୍ତି SRC। ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି ।

ଭୁବନେଶ୍ବର (କେନ୍ୟୁଜ): ଆଣ୍ଡାମାନ ସାଗରର ଲଘୁଚାପ ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି l ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା,ଆଜି ତାହା ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି l

ସେପଟେ ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିବାବେଳେ ସତର୍କ କରାଇଛନ୍ତି SRC। ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମତ୍ସ୍ୟଜୀବୀମାନେ ଯେପରି ୧ ତାରିଖ ପରେ ସମୁଦ୍ର ମଧ୍ୟକୁ ନଯିବେ ଓ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ କୂଳକୁ ଫେରିଆସିବାକୁ ସତର୍କ କରାଯାଇଛି। ଆସନ୍ତା ୩ ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି।

ସେହିଭଳି ସମ୍ଭାବ୍ୟ ବାତ୍ୟା ନେଇ ଚାଷୀଙ୍କ ଚିନ୍ତା ବଢିଛି । ଅମଳ ସମୟରେ ବର୍ଷା କି ପବନ ହେଲେ ପୁରା କ୍ଷେତ ଉଜୁଡି ଯିବାର ଭୟ ରହିଛି । ଚାଷୀଙ୍କୁ ସତର୍କ କରାଇବା ପାଇଁ କୃଷି ବିଭାଗକୁ SRC ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.