ସଲମାନ ଖାନଙ୍କୁ ହତ୍ୟା ଧମକ, ସୁରକ୍ଷା ବଢାଇଲା ମୁମ୍ବାଇ ପୋଲିସ

‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ - ପ୍ଲସ ସୁରକ୍ଷା ଦିଆଯାଇଛି ।

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୁଙ୍କ ଆଉ ଏକ ଧମକ ପରେ ସଲମାନ ଖାନଙ୍କୁ ଦିଆଯାଇଥିବା ସୁରକ୍ଷାକୁ ନେଇ ମଙ୍ଗଳବାର ମୁମ୍ବାଇ ପୋଲିସ ସମୀକ୍ଷା କରିଛି । ଏହା ସହ ‘ଟାଇଗର’ ଅଭିନେତାଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ଏହି ଧମକ ପରେ ଭାଇଜାନଙ୍କୁ ମୁମ୍ବାଇ ପୋଲିସ ତରଫରୁ ଓ୍ଵାଇ – ପ୍ଲସ ସୁରକ୍ଷା ଦିଆଯାଇଛି ।

ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ସଲମାନ ଖାନଙ୍କୁ ଧମକ ଦିଆଯାଇଛି :
ରବିବାର ଦିନ ବିଷ୍ଣୁ ଏକ ଫେସ୍‌ବୁକ୍‌ ପୋଷ୍ଟ କାନାଡାର ଜିପି ଗ୍ରୁଓ୍ଵାଲଙ୍କ ବାସଭବନ ବାହାରେ ଗୁଳି ବିନିମୟ ପାଇଁ ଦାୟୀ ହୋଇଥିଲେ । ସୂଚନା ମୁତାବକ, ଫେସ୍‌ବୁକ୍‌ ଆକାଉଣ୍ଟ୍ର ଓରିଜିନ୍‌ ଭାରତ ବାହାରର ଥିଲା । ସେହି ପୋଷ୍ଟରେ ଏହା ଲେଖାଥିଲା, ‘‘ତୁମେ ସଲମାନ ଖାନଙ୍କୁ ତୁମର ଭାଇ ବୋଲି ଭାବୁଛ, କିନ୍ତୁ ବର୍ତ୍ତମାନ ସମୟ ଆସିଛି ତୁମର ‘ଭାଇ’ ଆସି ତୁମକୁ ବଞ୍ଚାଇବ । ଏପରି ଭାବେ ଏହି କଥା ସଲମାନ ଖାନଙ୍କ ପାଇଁ ମଧ୍ୟ ରହିଛି, ଭ୍ରମରେ ରୁହ ନାହିଁ ଯେ ଡାଉଡ ତୁମକୁ ବଞ୍ଚାଇବ, କେହି ତୁମକୁ ବଞ୍ଚାଇ ପାରିବେ ନାହିଁ’’ ।

ସିଦ୍ଧୁ ମୋସେଓ୍ଵାଲାଙ୍କ ମୃତ୍ୟୁକୁ ନେଇ ତୁମର ଡ୍ରାମାଟିକ୍‌ ରିଆକ୍ସନ୍‌ ଉପରେ କେହି ଧ୍ୟାନ ଦେଇ ନାହାନ୍ତି । କିନ୍ତୁ ଆମେ ସବୁ ଜାଣିଛୁ ଯେ ସେ କିପରି ଲୋକ ଥିଲେ ଏବଂ ତାଙ୍କ ଅପରାଧ ବିଷୟରେ, ତୁମେ ବର୍ତ୍ତମାନ ଆମ ରାଡାରେ ଅଛ । ଏହାକୁ ଏକ ଟ୍ରେଲର ଭାବ, ପୂରା ଫିଲ୍ମ ବହୁତ ଶୀଘ୍ର ରିଲିଜ୍‌ ହେବ । ଆପଣ ଚାହୁଁଥିବା କୌଣସି ଦେଶକୁ ପଳେଇ ଯାଆନ୍ତୁ, ହେଲେ ମନେରଖନ୍ତୁ, ମୃତ୍ୟୁ ପାଇଁ ଭିସା ଆବଶ୍ୟକ ହୋଇନଥାଏ, ଏହା ବିନା ନିୟନ୍ତ୍ରଣରେ ଆସିଥାଏ ।

ତେବେ ଏପରି ଧମକ ମିଳିବା ପରେ ଜିପି ଗ୍ରୁଓ୍ଵାଲ କହିଛନ୍ତି, ଯେ ତାଙ୍କର ସଲମାନ ଖାନଙ୍କ ସହ ସେପରି ଘନିଷ୍ଠ ବନ୍ଧୁତା ମଧ୍ୟ ନାହିଁ, ଏହା ସହ ସେ ମାତ୍ର ତାଙ୍କୁ ଦୁଇଥର ସଲମାନ ଖାନଙ୍କୁ ଭେଟିଛନ୍ତି । ଜିପି ଗ୍ରୁଓ୍ଵାଲ ଏପରି ମଧ୍ୟ କହିଛନ୍ତି ଯେ ତାଙ୍କର କାହା ସହ ସେପରି ଶଶ୍ରୁତ ନାହିଁ, ତେଣୁ ଚିନ୍ତା କରିପାରୁନାହିଁ ଯେ ଏହି ଆକ୍ରମଣ ପଛରେ କିଏ ଅଛି ।

ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ମାସରେ ସଲମାନ ଖାନଙ୍କୁ ବିଷ୍ଣୁ ଗ୍ୟାଙ୍ଗର ଜଣେ ସଦସ୍ୟଙ୍କ ଧକମ ଭରା ମେଲ୍‌ ମଧ୍ୟ ପଠାଇଥିଲେ । ଏହି ମାମଲାରେ ମୁମ୍ବାଇ ପୋଲିସ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବଢାଇ ଦେଇଥିଲେ ଏବଂ ଏହାକୁ ନେଇ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ସେହିପରି ଭାବେ ଏବେ ମଧ୍ୟ ସଲମାନ ଖାନଙ୍କୁ ଏକ ଧମକ ମଳିଛି, ଯାହାକୁ ନେଇ ପୋଲିସ ଏବେ ଏକ କଡା ପଦକ୍ଷପ ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.