ଖୁବଶୀଘ୍ର କମବ୍ୟାକ୍‌ କରୁଛି ମହିନ୍ଦ୍ରା ମାର୍ଶଲ, ଫିଚର ଓ ଡିଜାଇନ ରହିଛି ଦମଦାର୍‌

ଗ୍ରାହକଙ୍କ ମନରେ ମହିନ୍ଦ୍ରା ଗାଡ଼ି ପ୍ରତି ଥିବା ଭଲ ପାଇବାକୁ ନଜରରେ ରଖି ଖୁବ ଶୀଘ୍ର କମ୍‌ ବ୍ୟାକ୍‌ କରୁଛି ମହିନ୍ଦ୍ରା ମାର୍ଶଲ । ଲଞ୍ଚ ହେବା ପରେ ଏହି ଗାଡ଼ି ଭାରତୀୟ ଅଟୋମୋବାଇଲ ବଜାରରେ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ ।

ମହିନ୍ଦ୍ରା ନାଁ ଶୁଣିଲେ ହିଁ ଗାଡ଼ିପ୍ରେମୀଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ଦେଖାଯାଏ । କାରଣ ମହିନ୍ଦ୍ରାର ସମସ୍ତ ମଡେଲ କମ୍‌ ଦାମ ସହିତ ଏଥିରେ ଭଲ ଫିଚର ମିଳିଥାଏ । ତେଣୁ ମହିନ୍ଦ୍ରା ଗାଡ଼ି କିଣିବା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ଦେଖାଯାଏ । ଗ୍ରାହକଙ୍କ ମନରେ ମହିନ୍ଦ୍ରା ଗାଡ଼ି ପ୍ରତି ଥିବା ଭଲ ପାଇବାକୁ ନଜରରେ ରଖି ଖୁବ ଶୀଘ୍ର କମ୍‌ ବ୍ୟାକ୍‌ କରୁଛି ମହିନ୍ଦ୍ରା ମାର୍ଶଲ । ଲଞ୍ଚ ହେବା ପରେ ଏହି ଗାଡ଼ି ଭାରତୀୟ ଅଟୋମୋବାଇଲ ବଜାରରେ ଏକ ଭିନ୍ନ ମୋଡ଼ ସୃଷ୍ଟି କରିବ । ୧୯୯୦ ରୁ ୨୦୦୦ ମସିହା ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଏହି ଭେଇକିଲ ବର୍ତ୍ତମାନ ମଡର୍ଣ୍ଣ ଟେକ୍ନୋଲୋଜିକୁ ନେଇ କମବ୍ୟାକ୍‌ କରିବ । ଭାରତୀୟ ବଜାରରେ ମହିନ୍ଦ୍ରା ଗାଡ଼ିଗୁଡ଼ିକର ଭଲ ଚାହିଦା ରହିଛି । କେବଳ ନୂଆ ଜେନେରେସେନର ମଡେଲଗୁଡିକ ଟ୍ରେଣ୍ଡରେ ଅଛି ତାହା ନୁହେଁ ବରଂ ପୁରୁଣା ମଡେଲଗୁଡିକର ମଧ୍ୟ ସମାନ ଚାହିଦା ରହିଛି ।

ବର୍ତ୍ତମାନ ସମୟରେ ସମସ୍ତ କମ୍ପାନୀର ଗାଡ଼ି ଗୁଡ଼ିକରେ ମଡର୍ଣ୍ଣ ଟେକ୍ନୋଲୋଜି ବ୍ୟବହାର କରାଯାଇ ଗାଡ଼ି ଗୁଡ଼ିକ ଡେଭଲପ୍‌ କରାଯାଉଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାରର ଟେକନିକରେ ଗାଡ଼ିକୁ ଲ୍ୟାସ୍‌ କରାଯାଉଛି । ଏନେଇ ମହିନ୍ଦ୍ରା ମାର୍ଶଲ ମଧ୍ୟ ଏହି ଟ୍ରେଣ୍ଡକୁ ଫୋଲୋ କରି ବିଭିନ୍ନ ଫିଚର ଓ ଡିଜାଇନକୁ ସାମିଲ କରିବ ବୋଲି ଆଶା କରାଯାଉଛି ।

ସମୟ ସହିତ ଅନେକ ପରିବର୍ତ୍ତନ ହୋଇଛି କିନ୍ତୁ ମହିନ୍ଦ୍ରା ମାର୍ଶଲ ନିଜ ଗ୍ରାହକଙ୍କ ମଧ୍ୟରେ ଏବେ ବି ଏକ ସ୍ୱତନ୍ତ୍ର ସ୍ଥାନ ରଖିଛି । ତେବେ ମହିନ୍ଦ୍ରା ଏହି ପୁରୁଣା ଜେନେରେସେନର ଗାଡ଼ିକୁ ନୂଆ ଲୁକ ଦେବା ଉପରେ କାମ କରୁଛି । ବର୍ତ୍ତମାନର ଅଟୋମୋବାଇଲ୍ ଟ୍ରେଣ୍ଡ ସହିତ ନୂଆ ମହିନ୍ଦ୍ରା ମାର୍ଶଲରେ ଭଲ ଅପଡେଟ ରହିବ ବୋଲି ଆଶା କରାଯାଉଛି ।

ଫିଚର ଓ ଇଞ୍ଜିନ୍‌ :
କମବ୍ୟାକ୍‌ ହେବାକୁ ଥିବା ମହିନ୍ଦ୍ରା ମାର୍ଶଲରେ ପାଓ୍ଵାରଫୁଲ ଇଞ୍ଜିନ ଏବଂ ମଡର୍ଣ୍ଣ ଫିଚର ରହିବ ବୋଲି ଆଶା କରାଯାଉଛି । ଏଥିରେ ୭ଟି ସିଟ୍‌ ରହିବ, ଯାହା ଗ୍ରାହକଙ୍କୁ ଖୁବ ପସନ୍ଦ ଆସିବ । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ଏହି ଡିଜାଇନ୍‌ ସାମିଲ କରାଯାଇଛି । ନୂଆ ମହିନ୍ଦ୍ରା ମାର୍ଶଲର ଡିଜାଇନ୍ ମହିନ୍ଦ୍ରା ସ୍କର୍ପିଓ ସହିତ ସମାନ ହୋଇପାରେ । ଏହି ଗାଡ଼ି ବିଭିନ୍ନ ଭାରିଆଣ୍ଟରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି, ଯାହା ଗ୍ରାହକଙ୍କୁ ଅନେକ ଅପ୍ସନ ଦେବ । ମହିନ୍ଦ୍ରା ମାର୍ଶଲର କମବ୍ୟାକ୍‌ କମ୍ପାନୀର ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.