ବାତ୍ୟା ଆଶଙ୍କା, ୭ ଜିଲ୍ଲାକୁ ସତର୍କ ସୂଚନା

ବଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ଆଗକୁ ବଢୁଛି ସକ୍ରିୟ ସୁଦୃଶ୍ୟ ଲଘୁଚାପ । ଆଜି ସୃଷ୍ଟି ହୋଇଛି ୱେଲ ମାର୍କଡ ଲୋ ପ୍ରେସର । ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଗକୁ ବଢୁଛି । ଆହୁରି ଘନୀଭୂତ ହେବ ସୁଦୃଶ୍ୟ ଲଘୁଚାପ । କାଲି ସୁଦ୍ଧା ଅବପାତ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟାରେ ହେବ ବାତ୍ୟା । ସମ୍ଭାବ୍ୟ ସାଇକ୍ଲୋନର ନାଁ ରହିବ ମିଗଜମ୍ । ୧ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ସମ୍ଭାବ୍ୟ ସାଇକ୍ଲୋନ୍ କୁଆଡ଼େ ଯିବ ? କଣ ରହିବ ପ୍ରଭାବ ସେନେଇ କୌଣସି ପୂର୍ବାନୁମାନ କରିନି ଭାରତୀୟ ପାଣିପାଗ ବିଭାଗ । ତେବେ କିଛି ମଡେଲ୍ ଦର୍ଶାଉଛନ୍ତି ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁଇପାରେ । ତେବେ ଓଡ଼ିଶା ପାଇଁ ଏବେ କୌଣସି ୱାର୍ଣ୍ଣିଂ ଜାରି ହୋଇନି । ଡିସେମ୍ବର ୧ରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିବାବେଳେ ସତର୍କ କରାଇଛନ୍ତି SRC। ଉପକୂଳବର୍ତ୍ତୀ ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଯାଇଛି। ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମତ୍ସ୍ୟଜୀବୀମାନେ ଯେପରି ୧ ତାରିଖ ପରେ ସମୁଦ୍ର ମଧ୍ୟକୁ ନଯିବେ ଓ ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନଙ୍କୁ କୂଳକୁ ଫେରିଆସିବାକୁ ସତର୍କ କରାଯାଇଛି। ଆସନ୍ତା ୩ ତାରିଖରେ ଓଡ଼ିଶାର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ପ୍ରଭାବ ପଡିବାର ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ଯୋଗୁ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.