Below header

ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳାର ତୃତୀୟ ଦିନ , ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍) : ଭୁବନେଶ୍ୱରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନି ଦିନିଆ କର୍ମଶାଳାର ଆଜି ଉଦଯାପନୀ ଦିବସ । ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇନ ଶୃଙ୍ଖଳା, ମାଓ ମୁକାବିଲା, ସାଇବର ଅପରାଧ ନିୟନ୍ତ୍ରଣ ନେଇ ଆଲୋଚନା ହୋଇଛି । କର୍ମଶାଳାରେ ରାଜ୍ୟ ବାହାରୁ ଆସିଥିବା ବିଶେଷଜ୍ଞ ଟିମ ପୋଲିସକୁ ଟ୍ରେନିଂ ଦେଉଛନ୍ତି । କର୍ମଶାଳାର ପ୍ରଥମ ଦିନରେ ଗୁଇନ୍ଦା ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି ।

cbmjmgସେହିଭଳି ମାଓ ମୁକାବିଲାକୁ ଜୋରଦାର କରାଯିବା ଉପରେ ଦିଆଯାଉଛି ପ୍ରାଧାନ୍ୟ । ଦ୍ୱିତୀୟ ଦିନରେ ସାଇବର ଅପରାଧ ଓ ନିୟନ୍ତ୍ରଣ, ସଡ଼କ ସୁରକ୍ଷା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଥିରେ ସବୁ ଜିଲ୍ଳାର ଏସପି, ରେଞ୍ଜ ଆଇଜି, ଡିଆଇଜି, କଟକ-ଭୁବନେଶ୍ୱର ଡିସିପି, ପ୍ରଶିକ୍ଷଣରେ ଥିବା ଆଇପିଏସ ଅଫିସରଙ୍କ ସମେତ ହୋମଗାର୍ଡ, ଅଗ୍ନିଶମ ବିଭାଗ, ଭିଜିଲାନ୍ସ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.